Categories: ବାଣିଜ୍ୟ

କିନ୍ଦିରିଗୁଡ଼ା ନାଚୁରାଲ୍ସ କଫିକୁ ଶ୍ରେଷ୍ଠ ମାନ୍ୟତା

ଭୁବନେଶ୍ୱର,୩।୧୦: ଓଡ଼ିଶାର କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବେ ମାନତ୍ୟ ଲାଭ କରିଛି, ଏପରିକି ବେଙ୍ଗାଲୁରୁଠାରେ ଆୟୋଜିତ ୫ମ ବିଶ୍ୱ କଫି ସମ୍ମିଳନୀରେ କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ସମ୍ମାନିତ ହୋଇଛି। ଉଲ୍ଲେଖଯୋଗ୍ୟ, କିନ୍ଦିରିଗୁଡ଼ା ନାଚୁରାଲ୍ସ ହେଉଛି ଏକ କଫି ଏବଂ ଏହା ଭାରତର ସ୍ପେଶାଲିଟି କଫି ବ୍ରାଣ୍ଡ୍‌, ଯାହାକି ଓଡ଼ିଶାର କ୍ରୁତି କଫି ଦ୍ୱାରା ବିକଶିତ ହୋଇଛି। ଏହା ଭାରତର ଏକ ଦ୍ରୁତ ବିକଶିତ କଫି ବ୍ରାଣ୍ଡ୍‌ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ କ୍ରୁତି କଫିର ସହ ପ୍ରତିଷ୍ଠାତା ଡ.କାମାକ୍ଷା ଦାସ ଏବଂ ବିଜ୍‌ନେସ ହେଡ୍‌ ତପନ ବରିଶାଲ୍‌ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କଫି ପ୍ରକ୍ରିୟାକରଣ ପାଇଁ ନିୟୋଜିତ ବିଭିନ୍ନ ପଦ୍ଧତି ମଧ୍ୟରୁ ନାଚୁରାଲ୍ସ ହେଉଛି ସବୁଠାରୁ ଜଟିଳ ପ୍ରକ୍ରିୟା, ଯାହା ଉଦ୍ଭିଦ ପରିଚାଳନାଠାରୁ ଆରମ୍ଭକରି ଚେରି ତୋଳିବା, ଶଯ୍ୟାରେ ଶୁଖିବା ଏବଂ କଫି ମୂଲ୍ୟ ଧାର୍ଯ୍ୟ ପର୍ଯ୍ୟନ୍ତ ନଜର ରଖିଥାଏ। ଏପରିକି କ୍ରୁତି କଫି ଏକ ଦଶନ୍ଧି ମଧ୍ୟରେ ଭାରତର ସର୍ବୋଚ୍ଚ କଫି ଉପତ୍ାଦନକାରୀ ବ୍ରାଣ୍ଡ୍‌ ଭାବେ ପରିଚିତ ହୋଇଛି। ବିଶେଷକରି କଫି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ସହ କଫି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସଫଳତା ହାସଲ କରିବା ପାଇଁ କ୍ରୁତି କଫି ବିଶ୍ୱସ୍ତରୀୟ କଫି ପରିଚାଳନା ପ୍ରଣାଳୀକୁ ନିୟୋଜିତ କରିଛି, ଉକ୍ତ ସଫଳତାକୁ ପାଳନ କରିବା ଏବଂ କିନ୍ଦିରିଗୁଡ଼ାର କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରୁତି କଫି ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି।

Share