ଭୁବନେଶ୍ୱର,୯ା୨: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା(ଇଲେକ୍ଟ୍ରି ଭେଇକିଲ ବା ଇଭି) କାଇନେଟିକ୍ ଗ୍ରୀନ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଇ-ଲୁନା’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉନ୍ମୋଚନ ସହ ବଜାର ପ୍ରବେଶ କରାଇଥିଲେ। ଏହି ଅବସରରେ କାଇନେଟିକ୍ ଗ୍ରୀନ୍ର ପ୍ରତିଷ୍ଠାତା ତଥା ସିଇଓ ସୁଲାଜା ଫିରୋଡିଆ ମୋଟୱାନି କହିଛନ୍ତି, ଇ-ଲୁନା ଉନ୍ମୋଚନ କାଇନେଟିକ୍ ଗ୍ରୀନ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ଲୁନାର ଉତ୍ତରାଧିକାରୀଙ୍କ ପାଇଁ ଏକ ଅତୀତ ସ୍ମୃତିର ପ୍ରତ୍ୟାବର୍ତ୍ତନ ହୋଇଛି।
ସେହିପରି କାଇନେଟିକ୍ ଗ୍ରୁପ୍ର ଚେୟାରମ୍ୟାନ୍ ଡ. ଅରୁଣ ଫିରୋଡିଆ କହିଛନ୍ତି,ପୁନର୍ଜନ୍ମ କାଇନେଟିକ୍ ଯାତ୍ରାରେ ଇ-ଲୁନା ଏକ ବଡ଼ ନୂତନ ମାଇଲଖୁଣ୍ଟକୁ ସୂଚାଇଥାଏ। ଅପରପକ୍ଷରେ ଇ-ଲୁନା ମଲ୍ବେରି ରେଡ୍, ମୋତି ହଳଦିଆ, ନାଇଟ୍ ଷ୍ଟାର୍ ବ୍ଲାକ୍, ଓସିନ୍ ବ୍ଲୁ ଏବଂ ସ୍ପାର୍କଲିଙ୍ଗ୍ ଗ୍ରୀନ୍ ସହିତ ୫ଟି ଆକର୍ଷଣୀୟ ଧାତବ ରଙ୍ଗର ପରିସର ମଧ୍ୟରେ ଶୁଭାରମ୍ଭ ହେବ।