ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌ ସହାୟତାରେ ମାରିବା ପାଇଁ ଏମ୍‌ବିଏସ୍‌ କଥା ହେଉଥିଲେ। ଏହି ଯୋଜନା ସମ୍ପର୍କରେ ସାଉଦି ଆରବର ପୂର୍ବତନ ଗୋଇନ୍ଦା ଅଧିକାରୀ ସାଦ୍‌ ଅଲଜାବ୍ରି ଜାଣିଦେବାରୁ ତାଙ୍କୁ ମଧ୍ୟ ମାରିଦେବାକୁ କ୍ରାଉନ୍‌ ପ୍ରିନ୍ସ ଚାହିଁଥିଲେ ବୋଲି ଆମେରିକାର ସିବିଏସ୍‌ ଟେଲିଭିଜନ ଚ୍ୟାନେଲକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି।
ରବିବାର ପ୍ରସାରିତ ହୋଇଥିବା ୬୦ ମିନିଟ୍‌ର ଏକ ଭିଡିଓରେ ସାଦ୍‌ କହିଛନ୍ତି, ରାଜାଙ୍କ ଉତ୍ତରାଧିକାରୀ ତଥା ୪ ବର୍ଷ ପୂର୍ବରୁ ଶାସନ କ୍ଷମତା ପ୍ରୟୋଗ କରି ଆସୁଥିବା ଏମ୍‌ବିଏସ୍‌ ଏକଦା କହିଥିଲେ, ସେ ରୁଷିଆରୁ ଏକ ବିଷ ମୁଦି ଆଣିଛନ୍ତି। ଉକ୍ତ ମୁଦି ପିନ୍ଧାଇଦେଲେ ରାଜା ଅବଦୁଲ୍ଲାଙ୍କ ମୃତ୍ୟୁ ହୋଇଯିବ। ୨୦୧୮ରେ ସ୍ତମ୍ଭକାର ଜମାଲ ଖାଶୋଗୀଙ୍କୁ ଏମ୍‌ବିଏସ୍‌ ଯୋଜନାବଦ୍ଧ ଭାବେ ହତ୍ୟା କରିବାର କିଛି ସପ୍ତାହ ପରେ ସାଦ୍‌ଙ୍କୁ ମାରିଦେବାକୁ ଚାହିଁଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସାଦ୍‌ ଦୁର୍ନୀତିଗ୍ରସ୍ତ ପୂର୍ବତନ ଅଧିକାରୀ। ତାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବାରୁ ଏହାକୁ ଲୁଚାଇବା ପାଇଁ ସେ ବିଭିନ୍ନ ସମୟରେ ଏଭଳି ମନଗଢ଼ା ଅଭିଯୋଗ କରିଥାନ୍ତି ବୋଲି ସାଉଦି ସରକାର ସିବିଏସ୍‌କୁ କହିଛନ୍ତି। ତେବେ ସାଉଦି ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ କେନ୍ଦ୍ରକୁ ଏ ସମ୍ପର୍କରେ ଜାଣିବା ପାଇଁ ଇ-ମେଲ୍‌ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।
୨୦୧୫ରେ ରାଜା ଅବଦୁଲାଙ୍କ ମୃତ୍ୟୁ ପରେ ଏମ୍‌ବିଏସ୍‌ଙ୍କ ବାପା ସଲମାନ ବିନ୍‌ ଅବଦୁଲାଜିଜ୍‌ ଶାସନ କ୍ଷମତା ହାସଲ କରିଥିଲେ। ପୂର୍ବତନ କ୍ରାଉନ୍‌ ପ୍ରିନ୍ସ ତଥା ସାଉଦିର ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍‌ ନାୟେଫଙ୍କର ଅତି ଘନିଷ୍ଠ ଥିଲେ ସାଦ୍‌। ନାୟେଫ୍‌ ବର୍ତ୍ତମାନର କ୍ରାଉନ୍‌ ପ୍ରିନ୍ସ ଏମ୍‌ବିଏସ୍‌ଙ୍କର ସମ୍ପର୍କୀୟ ଭାଇ ଓ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏମ୍‌ବିଏସ୍‌ କ୍ଷମତା ହାସଲ କରିବା ପରେ ସାଦ୍‌ କାନାଡ଼ା ଚାଲିଯାଇ ନିର୍ବାସନରେ ରହିଥିଲେ। ତାଙ୍କୁ ଖୋଜି ବାହାର କରିବା ସହ ହତ୍ୟା କରିବା ଲାଗି ଏମ୍‌ବିଏସ୍‌ ଗୋଟିଏ ଟିମ୍‌ ପଠାଇଥିବା ନେଇ ସାଦ୍‌ ୨୦୨୦ରେ ଓ୍ବାଶିଂଟନରେ ଏକ ମାମଲା ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

୨୦୦ ମହିଳାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କୁ ଦିଆଗଲା ଇରାନର ସବୁଠାରୁ ବଡ଼ ଦଣ୍ଡ

ତେହରାନ,୧୪।୧୧: ଏକାଧିକ ମହିଳାଙ୍କୁ ବଳାତ୍କାର କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଇରାନୀୟ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଇଥିଲା। ଅକ୍ଟୋବରରେ ମହମ୍ମଦ ଅଲି ସଲାମତଙ୍କ...

ମେଲୋନିଙ୍କ ଉପରେ ରୋମ ବିଚାରିପତିଙ୍କ ନିଷ୍ପତ୍ତିକୁ ନେଇ ଏଲନ ମସ୍କଙ୍କ ବିବୃତ୍ତି, ରାଗିଗଲେ ରାଷ୍ଟ୍ରପତି, କହିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରେ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ କରିଛନ୍ତି। ଏହି ସମୟରେ...

ଏମିତି କାମ କରିବେ ଡୋନାଲ୍ଡ ଟ୍ରମ୍ପ, ଯାହା ପୂର୍ବରୁ କେହି କରି ନ ଥିଲେ

ଓ୍ବାଶିଂଟନ୍‌,୧୪।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଉତ୍ସାହରେ ଅଛନ୍ତି। ସେ ତାଙ୍କ ନୂତନ ସରକାର ପାଇଁ ଦଳ ବାଛିବାରେ ବ୍ୟସ୍ତ...

ଆମେରିକାରେ ମହିଳା କିଣୁଛନ୍ତି ଅଧିକ ଗର୍ଭ ନିରୋଧକ ବଟିକା, କମୁଛି ଷ୍ଟକ୍‌, କାରଣ ଜାଣିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନଠାରୁ ଆରମ୍ଭ କରି ତାଙ୍କ ନିର୍ବାଚନ ବିଜୟ ପର୍ଯ୍ୟନ୍ତ ଅନେକ...

ଟ୍ରମ୍ପଙ୍କ ଟିମ୍‌ରେ ହିନ୍ଦୁ ନେତାଙ୍କ ଏଣ୍ଟ୍ରି, ଟେନଶନରେ ଚାଇନା!

ଓ୍ବାଶିଂଟନ୍‌,୧୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ...

ପ୍ରିନ୍ସ ଓ୍ବିଲିୟମ୍‌ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ

ଲଣ୍ଡନ, ୧୪।୧୧: ବ୍ରିଟେନ୍‌ ଯୁବରାଜ ଓ୍ବିଲିୟମ(୪୨)ଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି। ସର୍ଚ୍ଚ ମାର୍କେଟିଂ ଏଜେନ୍ସି ‘ରିବୁଟ’ ପକ୍ଷରୁ...

ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେଙ୍କୁ ‘ବୁକର’

ଲଣ୍ଡନ୍‌,୧୪ା୧୧: ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେ ଚଳିତ ବର୍ଷର ସମ୍ମାନଜନକ ବୁକର ପୁରସ୍କାର ପାଇଛନ୍ତି। ସାମନ୍ଥା ତାଙ୍କର ମହତ୍ତ୍ୱାକାଂକ୍ଷୀ ତଥା ସୁନ୍ଦର ଉପନ୍ୟାସ ‘ଅର୍ବିଟାଲ’ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri