ରାଜା ସର୍ବସାଧାରଣରେ କଲେ କ୍ଷମା ପ୍ରାର୍ଥନା, କ୍ରୀତଦାସ ପ୍ରଥା ନେଇ ଅନୁତପ୍ତ…

ଆମଷ୍ଟରଡମ,୧।୭ : ନେଦରଲାଣ୍ଡର ରାଜ୍ୟ ଓ୍ବିଲିୟମ ଆଲେକ୍ସଜାଣ୍ଡାର ଶନିବାର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ଦେଶରେ ଅତୀତରେ ଥିବା କ୍ରୀତଦାସ ପରମ୍ପରା ନେଇ ସେ କହିଛନ୍ତି ଆମେ ମାନବତା ବିରୋଧରେ ଅପରାଧ କରିଛୁୁ। କ୍ରୀତଦାସ ପ୍ରସଙ୍ଗରେ ନେଦରଲାଣ୍ଡର ଭୂମିକା ନେଇ ଗତ ବର୍ଷ ଶେଷରେ ଦେଶର ପ୍ରଧାନମନ୍ତ୍ରୀ ମାର୍କ ରୁଟ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ। କ୍ରୀତଦାସ ପ୍ରଥା ବିଲୋପ ହେବାର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ରାଜା ଏଭଳି କହିଛନ୍ତି।

ରାଜା ଆଲେକ୍ସଜାଣ୍ଡାର କହିଛନ୍ତି ମୁଁ ଆପଣଙ୍କ ସମ୍ମୁଖରେ ଜଣେ ରାଜା ଏବଂ ସରକାରଙ୍କ ସଦସ୍ୟ ଭାବେ ଠିଆ ହୋଇଛି। ମୁଁ ନିଜେ କ୍ଷମା ମାଗୁଛି। ମୁଁ ମୋର ହୃଦୟ ଏବଂ ଆତ୍ମାର ପ୍ରତିଟି ଅନୁତପ୍ତ ଶବ୍ଦକୁ ଭାଷା ମାଧ୍ୟମରେ ପରିପ୍ରକାଶ କରୁଛି।

କ୍ରୀତଦାସ ପ୍ରଥାରେ ନେଦରଲାଣ୍ଡର ଅରେଞ୍ଜ-ନାସାଓର ରାଜ ପରିବାରର ଭୂମିକା ଉପରେ ମୁଁ ଏକ ଅଧ୍ୟୟନ କରିବା ଆରମ୍ଭ କରିଥିବା ରାଜା କହିଛନ୍ତି। ୧ ଜୁଲାଇ ୧୮୬୩ରେ କ୍ରୀତଦାସ ପ୍ରଥାର ବିଲୋପ କରାଯାଇ ଥିଲା। ତେବେ ପରବର୍ତ୍ତୀ ୧୦ ବର୍ଷ ଧରି କ୍ରୀତଦାସ ମାନଙ୍କୁ ବୃକ୍ଷ ଚାରାରୋପଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।

ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ରାଜା ଆଲେକ୍ସଜାଣ୍ଡାରଙ୍କ ପୂର୍ବଜମାନେ କ୍ରୀତଦାସ ପ୍ରଥାରୁ ୫୪.୫ କୋଟି ୟୂରୋ ଆୟ କରିଥିଲେ।

Share