ଓ୍ବେଷ୍ଟମିନଷ୍ଟରରେ ପହଞ୍ଚିଲେ କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ପାଳନ ହେଉଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଚାଲର୍‌ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର ଐତିହାସିକ ରାଜ କ୍ୟାଥେଡ୍ରାଲ ଆବେକୁ ଆସିଛନ୍ତି। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ବହୁ ସଂଖ୍ୟକ ଲୋକ ତାଙ୍କୁ ସ୍ବାଗତ କରିଥିଲେ।

Share