ନିଜ ରାଜାଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ବ୍ରିଟେନ, ସାରା ବିଶ୍ୱରୁ ୨୦୦୦ ଅତିଥି ହେବେ ସାମିଲ

ଲଣ୍ଡନ,୬।୫: ଶନିବାର ହେବାକୁ ଯାଉଛି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ରାଜ୍ୟାଭିଷେକ। ଏହି ରାଜ୍ୟାଭିଷେକ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ହେବ। କିଙ୍ଗ ଚାର୍ଲସଙ୍କ ପତ୍ନୀ କାମିଲାଙ୍କର ବି ଭାବି ମହାରାଣୀ ଭାବେ ରାଜ୍ୟାଭିଷେକ ହେବ। ସମ୍ପୂର୍ଣ୍ଣ ବିଶ୍ୱର ନଜର ଏହି କାର୍ଯ୍ୟକ୍ରମ ଉପରେ ରହିଛି। ରାଜ୍ୟାଭିଷେକ ପୂର୍ବରୁ କିଙ୍ଗ ଚାର୍ଲସ ଓ ତାଙ୍କ ବଡ ପୁଅ ପ୍ରିନ୍ସ ଓ୍ବିଲୟମ ଓ ତାଙ୍କ ପତ୍ନୀ କେଟ ମିଡଲଟନ ବଙ୍କିଙ୍ଗହାମ ପ୍ୟାଲେସ ନିକଟରେ ଥିବା ତାଙ୍କର ନିକଟତମ ଓ ଶୁଭାକାଂକ୍ଷିଙ୍କୁ ସାକ୍ଷାତ୍‌ କରିବେ।
କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ସାରା ବିଶ୍ୱରୁ ପ୍ରାୟ୨୦୦୦ ଅତିଥି ସାମିଲ ହେବେ। ଏମାନଙ୍କ ମଧ୍ୟରେ ବିଶ୍ୱର ବଡ ବଡ ନେତା, ରାଜ ପରିବାରର ସଦସ୍ୟ ଓ ସେଲିବ୍ରଟି ରହିଛନ୍ତି। ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ।

Share