ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକରେ ଖର୍ଚ୍ଚ ହେଲା ହଜାରେ କୋଟି

ଲଣ୍ଡନ,୬।୫: ବ୍ରିଟେନର ରାଜା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ଶନିବାର ସମ୍ପନ୍ନ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ନୂଆ ରାଜା ହୋଇଛନ୍ତି। ଏହାସହ ତାଙ୍କ ପତ୍ନୀ କୁଇନ କାମିଲାଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କାମିଲାଙ୍କର ରାଜ୍ୟାଭିଷେକ ବ୍ରିଟେନର ଓ୍ବେଷ୍ଟ ମିନିଷ୍ଟର ଆବେରେ କରାଯାଇଛି। ଏହା ବ୍ରିଟିଶ ରାଜପରିବାରରେ ୭୦ ବର୍ଷ ପରେ ହୋଇଛି। ଏହା ପୂର୍ବରୁ ୧୯୫୩ରେ କ୍ୱିନ ଏଲିଜାବେଥଙ୍କର ରାଜ୍ୟାଭିଷେକ ହୋଇଥିଲା।

କିଙ୍ଗ ଚାର୍ଲସଙ୍କର ୭୪ ବର୍ଷ ବୟସରେ ରାଜ୍ୟାଭିଷେକ ହୋଇଛି। ଯେଉଁ ରାସ୍ତା ଦେଇ କିଙ୍ଗଙ୍କ ପ୍ରସେଶନ ଯାଇଥିଲା, ସେହି ରାସ୍ତା ନିକଟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବ୍ରିଟେନର ପତାକା ଲଗାଯାଇଥିଲା। ଏହି ସମାରୋହ ପାଇଁ ମାସ ମାସ ଧରି ପ୍ରସ୍ତୁତି ଚାଲିଥିଲା। କିଙ୍ଗ ଚାର୍ଲସଙ୍କୁ ଧଳା ରଙ୍ଗର ଘୋଡାଥିବା ରଥରେ ବସାଯାଇଥିଲା ଯାହା ସୁନାରେ ତିଆରି ହୋଇଥିଲା। ଡ୍ୟୁକ ଅଫ ସସେକ୍ସ ପ୍ରିନ୍ସ ହ୍ୟାରି ପତ୍ନୀ ମେଘାନ ମାର୍କେଲଙ୍କ ବିନା ଏହି ରାଜ୍ୟାଭିଷେକରେ ସାମିଲ ହୋଇଥିଲେ। ହେଲେ ଏହି ସମାରୋହରେ ତାଙ୍କର କୌଣସି ଔପଚାରିକ ଭୂମିକା ନ ଥିଲା। ତେବେ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ଭାରତୀୟ ମୁଦ୍ରାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।

Share