ଲଣ୍ଡନ,୧୮।୪: ବ୍ରିଟେନ୍ ରାଜା ଚାଲର୍ସ ତୃତୀୟ ୬୦୦ ମିଲିୟନ୍ ପାଉଣ୍ଡ (୭୪୫ ନିୟୁତ ଡଲାର) ସମ୍ପତ୍ତିର ମାଲିକ। ସଣ୍ଡେ ଟାଇମ୍ସ ପକ୍ଷରୁ ପ୍ରକାଶ ପାଇଥିବା ଧନୀ ତାଲିକା ଅନୁସାରେ ସ୍ବର୍ଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସମ୍ପତ୍ତି ତୁଳନାରେ ଚାଲର୍ସଙ୍କ ସମ୍ପତ୍ତି ୬୦ ପ୍ରତିଶତ ଅଧିକ। ଚାଲର୍ସଙ୍କ ମା’ ଏଲିଜାବେଥ୍ ଦ୍ୱିତୀୟଙ୍କ ସମ୍ପତ୍ତିର ପରିମାଣ ୩୭୦ ମିଲିୟନ୍ ପାଉଣ୍ଡ (୪୬୦ ମିଲିୟନ୍ ଡଲାର)। ତେବେ ପ୍ରକାଶିତ ସୂଚୀର ତଥ୍ୟ ଅନୁସାରେ ଫୁଟ୍ବଲର୍ ଡେଭିଡ ବେକ୍ହାମ୍ ଏବଂ ବ୍ରିଟେନ୍ର ଖ୍ୟାତନାମା ଗାୟକ ସାର୍ ଇଲଟୋନ୍ ଜନ୍ଙ୍କୁ ମଧ୍ୟ କିଙ୍ଗ୍ ଚାଲର୍ସ ପଛରେ ପକାଇ ଦେଇଛନ୍ତି। ମେ’ ୬ ତାରିଖରେ ଚାଲର୍ସଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହେବ। ଏ ନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୨୦ ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେବେ। ଦୁଇମାସ ପୂର୍ବରୁ ଏ ନେଇ ରାଜ ପରିବାର ଓ କର୍ମଚାରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।