ଲଣ୍ଡନ,୬ା୫: କିଙ୍ଗ ଚାଲର୍ସ ତୃତୀୟ ଶନିବାର ବ୍ରିଟେନର ରାଜା ଭାବରେ ମୁକୁଟ ପିନ୍ଧିଛନ୍ତି। ଗତ ସେପ୍ଟେମ୍ବରରେ ତାଙ୍କ ମାତା ତଥା ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାଲର୍ସ ତୃତୀୟ ବ୍ରିଟେନର କିଙ୍ଗ୍ ଆଖ୍ୟା ଗ୍ରହଣ କରିଥିଲେ। ଏହା ପରେ ଶନିବାର ସନ୍ଧ୍ୟା ଅର୍ଥାତ୍ ମେ’ ୬ରେ ସେ ଆନୁଷ୍ଠାନିକ ଭାବରେ ମୁକୁଟ ପିନ୍ଧିଛନ୍ତି। ୭୪ ବର୍ଷୀୟ କିଙ୍ଗ୍ ଚାଲର୍ସ ବ୍ରିଟିଶ ସିଂହାସନରେ ବସିଥିବା ସବୁଠୁ ବୟସ୍କ ବ୍ରିଟିଶ ସମ୍ରାଟ ହୋଇଛନ୍ତି।
କିଙ୍ଗ ଚାଲର୍ସ ତୃତୀୟ ତାଙ୍କ ସ୍ତ୍ରୀ ରାଣୀ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍ କୋଚ୍(ଘୋଡ଼ାଗାଡ଼ି)ରେ ଆବେକୁ ଆସିଥିଲେ। ଏହା ପରେ ଇଂଲଣ୍ଡ ଚର୍ଚ୍ଚର ଉଚ୍ଚପଦରେ ଥିବା କ୍ଲେରିକ ଏବଂ କାଣ୍ଟେରବରି ଜଷ୍ଟିନ ଓ୍ବେଲବିର ଆର୍ଚବିଶପ ଚାଲର୍ସଙ୍କୁ ରାଜମୁକୁଟ ପିନ୍ଧାଇବା ସହ ଶପଥ ପାଠ କରାଇଥିଲେ।
ରାଜା ଚାଲର୍ସ ତୃତୀୟ ଶପଥ ଗ୍ରହଣ କରି କହିଛନ୍ତି, ‘ମୁଁ, ଚାଲର୍ସ, ଈଶ୍ବରଙ୍କ ଉପସ୍ଥିତିରେ ସତ୍ୟନିଷ୍ଠା ଏବଂ ଦୃଢ଼ ଭାବରେ ସ୍ବୀକାର କରୁଛି, ଘୋଷଣା କରୁଛି ଯେ, ମୁଁ ଜଣେ ବିଶ୍ୱାସଯୋଗ୍ୟ ପ୍ରୋଟେଷ୍ଟାଣ୍ଟ ଅଟେ ଏବଂ ମୁଁ ସେହି କାର୍ଯ୍ୟ ଅନୁଯାୟୀ ସତ୍ୟରେ ବଞ୍ଚିବି। କାର୍ଯ୍ୟ କରିବି। ଉଦ୍ଦେଶ୍ୟ ଅନୁଯାୟୀ ଯାହା ସିଂହାସନରେ ପ୍ରୋଟେଷ୍ଟାଣ୍ଟ ଉତ୍ତରାଧିକାରୀକୁ ସୁରକ୍ଷିତ କରେ ଏବଂ ଆଇନ ଅନୁଯାୟୀ, ମୋ ଶକ୍ତି ଅନୁଯାୟୀ ଉକ୍ତ ଅଧିନିୟମଗୁଡ଼ିକୁ ମାନି ଚଳିବି ବୋଲି କହି ଶପଥ ନେଇଥିଲେ।