Categories: ଫୁରସତ

Snake Video: ଅହିରାଜକୁ ପାଇପ୍‌ ଯୋଗେ ଗାଧୋଉଥିଲେ ବ୍ୟକ୍ତି, ଫଣାଟେକି ଗର୍ଜନ କଲା ଜନ୍ତୁ; ଭିଡିଓ ଦେଖିଲେ…

ସାପ ବିଷଧର ହୋଇଥିବା ଯୋଗୁ ତା ସହ ଲାଗିବାକୁ ଅନେକ ଡରିଥାନ୍ତି। ହେଲେ ଜଣେ ବ୍ୟକ୍ତି ସାପକୁ ଗାଧୋଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଟୁଇଟରରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଏକ ଅହିରାଜକୁ ଜଣେ ବ୍ୟକ୍ତି ପାଇପ ଯୋଗେ ଗାଧୋଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ସେ ତାଙ୍କୁ ଗେହ୍ଲା ବି କରୁଛନ୍ତି। ହେଲେ ସାପଟି ହଠାତ ବୁଲିପଡ଼ି ତାଙ୍କୁ ଫଣା ଟେକି ଗର୍ଜନ କରୁଛି। ଏହି ଦୃଶ୍ୟକୁ ଯେକେହି ଦେଖୁଛି ଭୟଭୀତ ହୋଇଯାଉଛି।

ଏଯାବତ ଭିଡିଓକୁ ୧୫ ମିଲିୟନରୁ ଅଧିକ ଥର ଦେଖାଯାଇଛି। ସେହିଭଳି ଏହାକୁ ୬୦ ହଜାର ଲାଇକ୍‌ ମିଳିଛି। ଆପଣ ବି ଦେଖନ୍ତୁ:

Share