ଭୁବନେଶ୍ୱର,୨।୪: କଳିଙ୍ଗ ହସ୍ପିଟାଲ ପକ୍ଷରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ‘କଳିଙ୍ଗ ହସ୍ପିଟାଲ ସେବା ପୁରସ୍କାର ସମାରୋହ’ର ଆୟୋଜନ କରାଯାଇଥିଲା। ବିଶେଷ କରି କଳିଙ୍ଗ ହସ୍ପିଟାଲରେ ଦୀର୍ଘ ୨୦ବର୍ଷରୁ ଅଧିକ ସମୟ ଅତିବାହିତ କରିଥିବା ସବୁ ବର୍ଗର କର୍ମଚାରୀଙ୍କୁ ଉକ୍ତ ସମାରୋହରେ ସମ୍ମାନିତ କରାଯାଇଥିଲା। ଏପରିକି ହସ୍ପିଟାଲର ୮୦ ଜଣ ବରିଷ୍ଠ କର୍ମଚାରୀ, ଯେଉଁମାନେ ଦୀର୍ଘ ବର୍ଷ ହେବ ଉଭୟ ସେବା ଓ ସହଯୋଗ ପ୍ରଦାନ କରିଆସିଛନ୍ତି, ସେହି କର୍ମଚାରୀମାନଙ୍କୁ ଏଭଳି ଏକ ଦିନରେ ହସ୍ପିଟାଲ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଅବସରର ଅବସରପ୍ରାପ୍ତ ପ୍ରଶାସକ ତଥା ଲେଖକ ସହଦେବ ସାହୁ, ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ର ଏବଂ ସ୍ବାମୀ ମୁକୁନ୍ଦାନନ୍ଦ, ଜଗଦାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏ ସମ୍ପର୍କରେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ବୈଜ୍ଞାନିକ ଡା. ଶୀତକଣ୍ଠ ଦାସ କହିଥିଲେ, ଆମେ ବର୍ତ୍ତମାନ କଳିଙ୍ଗ ହସ୍ପିଟାଲର ପୂର୍ବ ଗୌରବ ଫେରାଇ ଆଣିବାକୁ ବଦ୍ଧପରିକର। ସେହିଭଳି କଳିଙ୍ଗ ହସ୍ପିଟାଲ୍ର ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖେର୍ଜୀ କହିଥିଲେ, ଏଠାରେ ୨୦ ବର୍ଷରୁ ଊଦ୍ଧର୍ବ ସମୟ ଧରି ଅନବରତ ସେବା ଯୋଗାଇ ଆସୁଥିବା ୮୦ରୁ ଊଦ୍ଧର୍ବ ଡାକ୍ତର, ନର୍ସ ଓ କର୍ମଚାରୀମାନେ ହସ୍ପିଟାଲର ମୂଳଦୁଆ। ଉକ୍ତ କର୍ମଚାରୀଙ୍କ ଦ୍ୱାରା ନିରନ୍ତର ସେବାକୁ ପ୍ରୋତ୍ସାହନ ଦେବା ପାଇଁ ଉକ୍ତ ସମ୍ମାନ ସମାରୋହର ଆୟୋଜନ ହୋଇଥିଲା। ୨୦ବର୍ଷରୁ ଅଧିକ ସମୟ ହେବ ଅନବରତ ସେବା ପ୍ରଦାନ କରି ଆସୁଥିବା କର୍ମଚାରୀମାନଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି।