ପର୍ନ ଷ୍ଟାର ହେବାକୁ ଚାହୁଁଥିଲେ କିଙ୍ଗ୍‌ଖାନ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଗତ କିଛି ବର୍ଷ ହେବ ବଡ଼ ପରଦାରୁ ଦୂରେଇ ରହିଥିଲେ ହେଁ ବର୍ଷକ ମଧ୍ୟରେ ତିନୋଟି ଫିଲ୍ମ ପାଇଁ ପ୍ରଂଶସକମାନଙ୍କୁ ଖୁସି ଖବର ଦେଇଛନ୍ତି। ଶାହାରୁଖ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ବିଦେଶରେ ବି ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଏକ ସାକ୍ଷାତାକାରରେ ଶାହାରୁଖ୍‌ କହିଥିଲେ, ମୁଁ ପର୍ନ ଷ୍ଟାର ହେବାକୁ ଚାହୁଁଥିଲି। ସମ୍ପୂର୍ଣ୍ଣ ସକାରାତ୍ମକ ଏବଂ ସ୍ବଚ୍ଛତାର ସହିତ ପର୍ନଷ୍ଟାର ହେବାକୁ ଚାହୁଁଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସିଲ୍‌ଭେଷ୍ଟର ଷ୍ଟେଲୋନଙ୍କ ବଡ଼ ପ୍ରଶଂସକ ଥିଲି। ଯିଏକି ହଲିଉଡ୍‌ ଷ୍ଟାର ପୂର୍ବରୁ ପର୍ନ ଷ୍ଟାର ଥିଲେ। ପର୍ନ ଷ୍ଟାର ହେଲେ ମୋ’ ଦେଶର ତ୍ରିରଙ୍ଗା ମଁୁ ଆମେରିକାରେ ଲଗାଇବି।

ଏ ତ ଗଲା ଶାହାରୁଖଙ୍କ ବ୍ୟକ୍ତିଗତ କଥା ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ସେ ଫିଲ୍ମ ‘ପଠାନ’ରେ ନଜର ଆସିବେ। ଏହା ୨୦୨୩ରେ ରିଲିଜ ହେବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଜନ୍‌ ଆବ୍ରାହମ୍‌ ଏବଂ ଦୀପିକା ପାଦୁକୋନ ବି ନଜର ଆସିବେ। ଫିଲ୍ମଟି ୨୨ ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିବ।

Share