ବିବାଦକୁ ନେଇ ମୁହଁ ଖୋଲିଲେ କିଙ୍ଗ୍‌ ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଫିଲ୍ମର ପ୍ରଥମ ଗୀତ ‘ବେସର୍ମ ରଙ୍ଗ’ ରିଲିଜ୍‌ ହୋଇଥିଲା। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ପଠାନକୁ ବୟକଟ ଦାବି ହୋଇଛି। ଏହାକୁ ନେଇ ଶାହରୁଖ କୋଲକାତା ଚଳଚ୍ଚିତ୍ର ମହୋତ୍ସବରେ ଏହି ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କିଛି ଲୋକ ସୋସିଆଲ ମିଡିଆରେ ନକରାତ୍ମକତା ବିସ୍ତାର କରୁଛନ୍ତି। ସିନେମା ହେଉଛି ସମାଜ ପରିବର୍ତ୍ତନ କରିବାର ଏକ ମାଧ୍ୟମ। ଶାହାରୁଖ ଏହା ମଧ୍ୟ କହିଛନ୍ତି ଯେ, ଦୁନିଆ ଯାହା ବି କରେ ନା କାହିଁକି, ମୁଁ, ତୁମେ ଏବଂ ସମସ୍ତ ସକରାତ୍ମକ ଲୋକ ଜୀବିତ ଅଛନ୍ତି। ପ୍ରକୃତରେ, ପଠାନଙ୍କ ପ୍ରଥମ ଗୀତ ‘ବେସର୍ମ ରଙ୍ଗ’ ଡିସେମ୍ବର ୧୨ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ କେମେଷ୍ଟ୍ରିକୁ ଦେଖିବାକୁ ମିଳିଥିଲା। ଭିଡିଓ ଗୀତରେ ଦୀପିକାଙ୍କ ଗ୍ଲାମରସ ଏବଂ ବୋଲ୍ଡ ଲୁକ୍‌ ଦେଖାଯାଇଛି। ଏହାସହ ଦୀପିକା ଗୀତରେ ଏକ ସାଫ୍ରନ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଥିଲେ, ଯାହା ପରେ ବିବାଦ ଆରମ୍ଭ ହୋଇଥିଲା।

Share