ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର ହୋଇଛନ୍ତି ଶାହରୁଖ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ର ଗ୍ରେଭିନ ମ୍ୟୁଜିୟମ ଶାହରୁଖ ଖାନ୍‌ଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ।
ମ୍ୟୁଜିୟମ ଶାହରୁଖଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡ କଏନ୍‌ ଜାରି କରିଛି, ଯେଉଁଥିରେ ତାଙ୍କ ନାମ ସହ ଏକ ଫଟୋ ମଧ୍ୟ ରହିଛି। ଏପରି ସମ୍ମାନର ହକ୍‌ଦାର ହେବାରେ ଶାହରୁଖ ହେଉଛନ୍ତି ପ୍ରଥମ ଅଭିନେତା। ୨୦୨୩ରେ ତିନୋଟି ବ୍ୟାକ୍‌ ଟୁ ବ୍ୟାକ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ କିଙ୍ଗ ଖାନ୍‌। ତାଙ୍କ ଅଭିନୀତ ‘ପଠାନ’, ‘ଯବାନ’ ଏବଂ ‘ଡଙ୍କି’ ବକ୍ସ ଅଫିସରେ ଧୁମ ମଚାଇଥିଲା। ଚଳିତବର୍ଷ ତାଙ୍କର କୌଣସି ସିନେମା ପରଦାକୁ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ସେ ‘କିଙ୍ଗ୍‌’ ସିନେମା ପାଇଁ ସୁହାନାଙ୍କ ସହ କାମ କରୁଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri