ରାହୁଲଙ୍କ ଚିତ୍ରକଳାକୁ ପ୍ରଶଂସା କଲେ କିଙ୍ଗ୍‌ ଖାନ୍‌

ପାପଡ଼ାହାଣ୍ଡି,୨୬।୯(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌। ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଯବାନ ଚଳଚ୍ଚିତ୍ରର ୧୦ଫୁଟ୍‌ ଉଚ୍ଚତା ଓ ୬ଫୁଟ୍‌ ଲମ୍ବ ବିଶିଷ୍ଟ ଏକ ଫଟୋ ଚିତ୍ର ଆଙ୍କିଥିଲେ। ଉକ୍ତ ଫଟୋ ତିଆରି କରିବାକୁ ତାଙ୍କୁ ୩ଦିନ ସମୟ ଲାଗିଥିଲା। ଆକ୍ରିଲିକ୍‌ ପେଣ୍ଟ ସାହାଯ୍ୟରେ ଏହି ଚିତ୍ର ଆଙ୍କି ମ୍ୟୁଜିକ୍‌ ଦେଇ ରାହୁଲ ତାହାକୁ ସୋସିଆଲ ମିଡିଆ ୟୁ ଟ୍ୟୁବ୍‌ରେ ଶେୟାର କରିଥିଲେ। ଅଭିନେତା ଶାହାରୁଖ ଖାନ୍‌ ତାହାକୁ ଦେଖି ରାହୁଲଙ୍କ ଚିତ୍ରକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ସେ ଏହାକୁ ନିଜ ଟୁଇଟର ଆକାଉଣ୍ଟରୁ ଶେୟାର କରିଛନ୍ତି। ଆପଣ ଜଣେ ଦକ୍ଷ ଚିତ୍ରକର। ଏହା ସୁନ୍ଦର ଚିତ୍ରକଳା ବୋଲି ନିଜ ଟୁଇଟ୍‌ରେ ଜଣାଇଛନ୍ତି। ଶାହାରୁଖ୍‌ଙ୍କ ଟୁଇଟ୍‌ ପରେ ରାହୁଲଙ୍କୁ ତାଙ୍କ ପରିବାର, ବନ୍ଧୁ ଓ ସମ୍ପର୍କୀୟମାନେ ପ୍ରଶଂସା କରୁଛନ୍ତି। ପ୍ରକାଶ ଯେ, ରାହୁଲଙ୍କ ବାପା ଶିବପ୍ରସାଦ ପାତ୍ର ଓ ମା ସୁବାସିନୀ ଉଭୟେ ଶିକ୍ଷକ। ରାହୁଲ ଇଞ୍ଜିନିୟରିଂ ସାରିବା ପରେ ବେଙ୍ଗାଲୁରୁରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରନ୍ତି। ତେବେ ବର୍ତ୍ତମାନ ତାଙ୍କର ୱାର୍କ ଫ୍ରମ୍‌ ହୋମ୍‌ ଚାଲିଛି। ଫୁର୍‌ସତ ମିଳିଲେ ସେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା: ଜାଣନ୍ତୁ କ’ଣ ରହିଛି ମାମଲା

ଭୁବନେଶ୍ୱର,୧୯ା୧୦(ସତ୍ୟଜିତ୍‌ ରାଉତ):ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri