ଓ୍ବାଇ ପ୍ଲସ ସିକ୍ୟୁରିଟି ସହ ପ୍ରଥମଥର ନଜର ଆସିଲେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନଙ୍କୁ ପ୍ରଥମ ଥର ପାଇଁ ଓ୍ବାଇ ପ୍ଲସ ସୁରକ୍ଷା ସହିତ ଦେଖିବାକୁ ମିଳିଥିଲା। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଦେଇଥିଲା। ଯେତେବେଳେ ସେ ‘କୁଛ କୁଛ ହୋତା ହୈ’ ର ସ୍ପେଶାଲ ସ୍କ୍ରିନିଂ ପାଇଁ କରଣ ଜୋହର ଏବଂ ରାନୀ ମୁଖାର୍ଜୀଙ୍କ ସହ ମୁମ୍ବାଇର ଏକ ଥିଏଟରରେ ପହଞ୍ଚିଥିଲେ। କୁଛ କୁଛ ହୋତା ହୈ ର ୨୫ତମ ବାର୍ଷିକୀ ଅବସରରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଶାହାରୁଖଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ମନ୍ନତରୁ କଡା ସୁରକ୍ଷା ମଧ୍ୟରେ ବାହାରୁଥିବାର ଦେଖାଯାଇଛି।

ଅଭିନେତା ତାଙ୍କ କାରରେ ବସିଥିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଘେରି ରହିଥିଲେ। ଥିଏଟରରେ ତାଙ୍କୁ ସ୍ବାଗତ କରିବା ସମୟରେ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଙ୍ଗରକ୍ଷୀମାନେ ଚାରିଆଡେ ଦୃଶ୍ୟମାନ ହେଉଥିଲେ। ଗତ ସପ୍ତାହ ପୂର୍ବରୁ, ମହାରାଷ୍ଟ୍ର ପୋଲିସ ତାଙ୍କ ଜୀବନ ପ୍ରତି ବିପଦକୁ ଦୃଷ୍ଟିରେ ରଖି ଶାହାରୁଖଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା କଭର ପ୍ରଦାନ କରିଥିଲା। ଓ୍ବାଇ ପ୍ଲସ କଭରରେ ୧୧ଜଣ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ, ଯେଉଁଥିରେ ୬ଟି କମାଣ୍ଡୋ ଏବଂ ପୋଲିସ ଏସକର୍ଟ ଗାଡି ଅଛି।

Share