ନୂଆ ଲୁକ୍‌ରେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ୍‌ ମୁମ୍ବାଇରେ ଏକ ଆଗାମୀ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଥିବା ଦେଖିବାକୁ ମିଳିଛି। ଶୁଟିଂ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଛି। ଏହା ଦେଖିବା ପରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଏଥିରୁ ଅନୁମାନ କରିହେଉଛି ଯେ, କିଙ୍ଗଖାନ୍‌ଙ୍କ ଆଗାମୀ ଫିଲ୍ମର ଏହା ହେଉଛି ନୂଆ ଲୁକ୍‌। ଶାହରୁଖ ତାମିଲ ଫିଲ୍ମ ନିର୍ମାତା ଆଟ୍‌ଲେଙ୍କ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି।

ଶାହରୁଖଙ୍କ ଫ୍ୟାନ୍‌ କ୍ଲବ ପକ୍ଷରୁ ଶୁଟିଂ ସେଟ୍‌ରୁ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଶାହରୁଖଙ୍କୁ ଆମ୍ବୁଲାନ୍ସର ଡ୍ରାଇଭିଂ ସିଟ୍‌ରେ ବସିଥିବାର ଦେଖିବାକୁ ପାଇବେ। ତାଙ୍କ ମୁହଁକୁ କପଡ଼ାରେ ଘୋଡ଼ାଇଛନ୍ତି। ଫଟୋରେ କେବଳ ତାଙ୍କ ଆଖି ଏବଂ କେଶ ଦେଖାଯାଉଛି। କିଛି ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ତାଙ୍କ ସହିତ ଅଛନ୍ତି। ଫଟୋ #ShahRukhKhan #srk ସହିତ ଶେୟାର କରାଯାଇଛି।

ଏହି ଫିଲ୍ମର ଶୁଟିଂ ଆସନ୍ତା ୧୦ ଦିନ ଧରି ସହରରେ ଚାଲିବ। ଏଥିରେ ଅଭିନେତ୍ରୀ ନୟନତାରା ଶାହରୁଖଙ୍କ ସହ ସାମିଲ ହେବେ। କୁହାଯାଉଛି, ଏହି ଫିଲ୍ମରେ ଶାହରୁଖଙ୍କର ଡବଲ ରୋଲ୍‌ ରହିଛି। ଫିଲ୍ମରେ ସାନ୍ୟା ମାଲହୋତ୍ରା ଏବଂ ସୁନିଲ ଗ୍ରୋଭର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Share