ଆଫ୍ରିକୀୟ ଦେଶରେ ଏକ ମେଣ୍ଢାକୁ ନିଜ ଷ୍ଟାଟସ୍ ଓ ସମ୍ମାନର ପ୍ରତୀକଭାବେ ଗଣନା କରାଯାଏ। ତାହାର ନାଁ ହେଉଛି ‘ଲୋଡୌମ୍’। ଏହି ମେଣ୍ଢା ‘କିଙ୍ଗ ଅଫ୍ ସିପ୍’ ଭାବେ ମଧ୍ୟ ପରିଚିତ। ଆଉ ଏହାର ମୂଲ୍ୟ ହେଉଛି ୮୫୦୦୦ ଡଲାର। କାର୍, ଘରଠୁ ବି ଏହାର ଦାମ ଅଧିକ। ଏହି ମେଣ୍ଢାଗୁଡିକ ଖୁବ୍ ବଡ଼, ଯାହାର ଲମ୍ବ ପ୍ରାୟତଃ ୧.୨ ମିଟର ଓ ଓଜନ ୧୭୫ କି.ଗ୍ରା.ରୁ ଉର୍ଦ୍ଧ୍ୱ ହୋଇଥାଏ। ବଡ ବଡ ଲମ୍ବା ମୋଡି ହୋଇ ରହିଥିବା ଶିଙ୍ଗ ଓ ତା’ର ଠାଣି ତାକୁ ରାଜକୀୟ ଲୁକ୍ ଦେଇଥାଏ। ତେଣୁ ଆଫ୍ରିକାର ପ୍ରାୟ ସମସ୍ତେ ସ୍ବପ୍ନ ଦେଖନ୍ତି ଦିନେ ଏହି ମେଣ୍ଢାରୁ ଗୋଟିଏ କିଣିବେ। ଏହି ମେଣ୍ଢା ଦେଖିବାକୁ ଏତେ ସୁନ୍ଦର ଯେ, ଏହାକୁ ନେଇ ବିଉଟି କଣ୍ଟେଷ୍ଟ ବି ହୁଏ।