ଚେନ୍ନାଇ,୧୯।୨: ଆଇପିଏଲ୍ ନିଲାମରେ ବହୁ ଖେଳାଳି ଅପ୍ରାତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେଥିମଧ୍ୟରୁ ବଲିଉଡ୍ ଷ୍ଟାରଙ୍କ ନାମଧାରୀ ସ୍ପିନ୍ ଅଲରାଉଣ୍ଡର ଶାହରୁଖ ଖାନ୍ ଅନ୍ୟତମ। ନିଲାମ ସମୟରେ ତାଙ୍କ ନାମ ଡକାଯିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମୁହଁରେ ହସ ଥିଲା। ଏପରିକି ପଞ୍ଜାବ କିଙ୍ଗ୍ସ ୫.୨୫ କୋଟି ଟଙ୍କାରେ ତାଙ୍କୁ କିଣିବା ପରେ ଅଭିନେତ୍ରୀ ପ୍ରିତି ଜିଣ୍ଟା ବେଶ୍ ଖୁସି ନଜର ଆସିଥିଲେ। ତାମିଲନାଡ଼ୁର ଏହି ବ୍ୟାଟ୍ସମ୍ୟାନ୍ଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ସେ ପ୍ରଥମ ପୂରଣ ହୋଇଛି।
୨୫ ବର୍ଷୀୟ ଏହି କ୍ରିକେଟରଙ୍କ ନାମ ମସୁଦ ଶାହରୁଖ ଖାନ୍। ୧୯୯୫ ମେ ୨୭ରେ ଚେନ୍ନାଇରେ ତାଙ୍କର ଜନ୍ମ ହୋଇଥିଲା। ବଲିଉଡ୍ ଷ୍ଟାରଙ୍କ ନାମ ଅନୁଯାୟୀ ତାଙ୍କ ନାମ ରଖା ଯାଇଥିଲା। ୨୦୧୪ରେ ତାମିଲନାଡ଼ୁପାଇଁ ବିଜୟ ହଜାରେ ଟ୍ରଫିରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ରଣଜୀ ଟ୍ରଫି ଖେଳି ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ନିକଟରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଜଣେ ଫିନିଶର ଭାବେ ଖେଳି ନିଜ ଦଳକୁ ଜିତାଇବାରେ ଶାହରୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।