Posted inଖେଳ

କଳିଙ୍ଗ ସୁପର୍‌ କପ୍‌: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍‌ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର୍‌ କପ୍‌ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସିକୁ ୧-୦ରେ ପରାସ୍ତ କରି କ୍ରମାଗତ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଓଏଫ୍‌ସି। ଫ୍ରି କିକ୍‌ରୁ ଡିଏଗୋ ମରିସିଓଙ୍କ ପ୍ରଥମ ହାଫ୍‌ ଗୋଲ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।

ଗୁରୁବାର ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ତେବେ ଓଡ଼ିଶା ଖେଳାଳି ଆରମ୍ଭରୁ ବଲକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲେ। ପ୍ରଥମ ହାଫ୍‌ରେ ଉଭୟ ଦଳକୁ ଏକାଧିକ ସ୍କୋରିଂ ସୁଯୋଗ ମିଳିଥିଲା। ତେବେ ୪୩ ମିନିଟ ଯାଏ ମ୍ୟାଚ୍‌ ଗୋଲ ଶୂନ୍ୟ ରହିଥିଲା। ୪୩ ତମ ମିନିଟରେ ମୁମ୍ବାଇ ଅଧିନାୟକ ତଥା ଗୋଲକିପର ଫୂର୍ବା ଲାଚେମ୍ପାଙ୍କୁ ଫାଉଲ କାରଣରୁ ଓଏଫ୍‌ସିକୁ ଏକ ପେନାଲ୍ଟି କିକ୍‌ ମିଳିଥିଲା ଏହାକୁ ଗୋଲରେ ପରିଣତ କରି ଡିଏଗୋ ମରିସିଓ ଦଳକୁ ୧-୦ରେ ଆଗୁଆ କରଥିଲେ।

ଦ୍ୱିତୀୟାର୍ଦ୍ଧରେ ମୁମ୍ବାଇ ସିଟି ପ୍ରତ୍ୟାବର୍ତ୍ତନର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା।ଅନ୍ତିମ ୨୦ ମିନିଟ ମ୍ୟାଚ୍‌ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହି ସମୟରେ ମୁମ୍ବାଇର ୩ ଜଣ ଖେଳାଳିଙ୍କୁ ରେଡ୍‌ କାର୍ଡ ମିଳିଥିଲା। ପ୍ରଥମ ହାଫ୍‌ରେ ଏକ ୟେଲୋ କାର୍ଡ ପାଇଥିବା ଗୁରକୀରଟ ସିଂ ଦ୍ୱିତୀୟ ୟେଲୋ କାର୍ଡ ପାଇ ପଡିଆ ଛାଡିଥିବା ବେଳେ ଇଞ୍ଜୁରୀ ଟାଇମରେ ରଷ୍ଟିନ୍‌ ଗ୍ରିଫିଥ୍‌ସ ଓ ଜର୍ଜ ପେରେରା ଡିଆଜ୍‌ଙ୍କୁ ରେଡ କାର୍ଡ ମିଳିଥିଲା। କାର୍ଲୋସ ଡେଲଗାଡୋଙ୍କୁ ଫାଉଲ ମାରି ଗ୍ରିଫିଥ୍‌ସ ରେଡ୍‌ କାର୍ଡ ପାଇଥିଲେ। ଫାଇନାଲ ହୁଟର ବାଜିବା ସହ ଫାଇନାଲରେ ପହଞ୍ଚି ଯାଇଥିଲା ଓଡ଼ିଶା ଏଫ୍‌ସି। ଆଇଜାକ୍‌ ରାଲ୍‌ଟେଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଆଇଜାକ ଓ ଅହମଦ ଜାହୋହ ଓଏଫ୍‌ସି ପାଇଁ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ଆସନ୍ତା ୨୭ ତାରିଖରେ ଓଡ଼ିଶା ଓ ଇଷ୍ଟବେଙ୍ଗଲ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri