ଆଇପିଏଲ୍‌ରେ ସର୍ବାଧିକ ଅଧିନାୟକ ବଦଳାଇଥିବା ଟିମ୍‌ ବନିଗଲା ପଞ୍ଜାବ

ଦୁବାଇ, ୨୦।୯: କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍‌-୧୩ର ଦ୍ୱିତୀୟ ମ୍ୟାଚ୍‌ ରବିବାର ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ ଲୋକେଶ ରାହୁଲ ପଞ୍ଜାବ ପକ୍ଷରୁ ଟସ୍‌ ପକାଇବା ଲାଗି ପଡ଼ିଆକୁ ଓହ୍ଲାଇଥିଲେ। ଏଥିସହ ରାହୁଲ ଆଇପିଏଲ୍‌ ଇତିହାସରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଦ୍ୱାଦଶ ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଫଳରେ ପଞ୍ଜାବ ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିନାୟକ ବଦଳାଇଥିବା ଟିମ୍‌ ବନିଯାଇଛି। ଏହି ତାଲିକାର ୨ୟ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ରହିଛି। ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଉପରେ ୧୧ଜଣ ଅଧିନାୟକଙ୍କୁ ବଦଳାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ଉଭୟ ଦଳ ଏପର୍ଯ୍ୟନ୍ତ ଆଇପିଏଲ୍‌ ଟାଇଟଲ୍‌ ଜିତିପାରି ନାହାଁନ୍ତି।

Share