ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଟିମ୍ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ୍ର ନାମ ପରିବର୍ତ୍ତନ କରାଯାଇଛି। ଆଗାମୀ ସିଜନରେ ଏହା ପଞ୍ଜାବ କିଙ୍ଗ୍ସ ଭାବେ ପରିଚିତ ହେବ। ନାମ ପରିବର୍ତ୍ତନ କରିବା ଦଳର ବହୁଦିନର ଯୋଜନା ଥିଲା। ଏହା ଆକସ୍ମିକ ନିଷ୍ପତ୍ତି ନୁହେଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ। ମୋହତ ବର୍ମନ, ନେସ୍ ଓ୍ବାଡିଆ, ପ୍ରୀତି ଜିଣ୍ଟା ଓ କରଣ ପଲ୍ ପ୍ରମୁଖ ମିଳିତ ଭାବେ ଏହି ଫ୍ରାଞ୍ଜାଇଜ୍ର ମାଲିକ ରହିଛନ୍ତି। ୨୦୦୮ରୁ ଆଇପିଏଲ୍ ଆରମ୍ଭ ହେବାପରଠାରୁ ଏହିଦଳ ଥରେ ହେଲେ ଟାଇଟଲ ଜିତିବାରେ ସଫଳ ହୋଇପାରି ନାହିଁ। ଟୁର୍ନାମେଣ୍ଟର ୧୩ବର୍ଷର ଇତିହାସରେ ସେମାନେ ଥରେ ରନର୍ସ-ଅପ୍ ଏବଂ ଆଉଥରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପରବର୍ତ୍ତୀ ଆଇପିଏଲ୍ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ହେବ। ଖେଳାଳି ନିଲାମ ଗୁରୁବାର ଅନୁଷ୍ଠିତ ହେବ।