Categories: ଫୁରସତ

ଟ୍ରେନ୍‌ରେ ପଇସା ନ ଦେବାରୁ ଲୋକଙ୍କୁ ପିଟିଲେ କିନ୍ନର, ରେଲଓ୍ବେ ଦେଲା ଏଭଳି ଜବାବ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ, ଆପଣ ପ୍ରାୟତଃ ଭିକାରୀ କିମ୍ବା କିନ୍ନର ଟ୍ରେନ ଭିତରେ ଟଙ୍କା ମାଗୁଥିବାର ଦେଖିଥିବେ। ଏହି ଘଟଣା ହୁଏତ ଆପଣଙ୍କ ସହିତ ମଧ୍ୟ ଅନେକ ଥର ଘଟିଥାଇପାରେ। କେତେକ ଲୋକମାନେ ମଧ୍ୟ ଏପରି ସମୟରେ ଟଙ୍କା ଦିଅନ୍ତି ଏବଂ ଟଙ୍କା ନ ଦେଲେ ବି ସେମାନେ ଚୁପ୍‌ଚାପ ଚାଲିଯାଆନ୍ତି। ଏହି ସମୟରେ ବିହାରର ପାଟନା-କାଟିହାର ଇଣ୍ଟରସିଟିରୁ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଭିଡିଓରେ କିନ୍ନରମାନେ ଟ୍ରେନରେ ଚଢି ଯାତ୍ରୀଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ହେଲେ କିଛି ଯାତ୍ରୀ ଟଙ୍କା ଦେବାକୁ ମନା କରିଦେଇଥିଲେ। ଯାହା ପରେ ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହି ଘଟଣା ୨୪ ଫେବୃଆରୀ ରାତିରେ ଘଟିଥିଲା। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @aazadrajeev ନାମକ ଏକ ଆକାଉଣ୍ଟ ସହିତ ଶେୟାର କରାଯାଇଛି। ଯାହା ବହୁତ ଭାଇରାଲ ହେଉଛି।

ସାଧାରଣତଃ ଯେତେବେଳେ ଟ୍ରେନରେ କିଛି ଘଟଣା ଘଟିଲେ ତାହାକୁ ରେଳବାଇରେ ଅଭିଯୋଗ କରାଯାଇଥାଏ। ଅଭିଯୋଗ କ୍ରମେ ଫେବୃଆରୀ ୨୫ରେ ଆରପିଏଫ ଆକ୍ରମଣ ମାମଲାରେ ଜଡିତ କିନ୍ନରମାନଙ୍କୁ ଗିରଫ କରିଥିଲା।

Share