କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ ଅଫିସ, ୧୯।୫-ଭଦ୍ରକରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ହାତରେ ମେହେନ୍ଦୀ, ଚୁଡ଼ି ସହ ପାଦରେ ଅଳତା ଓ ମଥାରେ ସିନ୍ଦୂର ଲଗାଇ ନୂଆ ଶାଢ଼ି ପିନ୍ଧି କିନ୍ନରମାନେ ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଭିନ୍ନ ଢଙ୍ଗରେ ପୂଜା କରିଥିଲେ। ଶାଢ଼ି, ସିନ୍ଦୂର, ଶଙ୍ଖା ଓ ଅଳତା ପୂଜା କରିବା ସହ ବିଭିନ୍ନ ପ୍ରକାର ଫଳମୂଳ ଭୋଗ କରିଥିଲେ। ଶେଷରେ ସେମାନେ ଗୁରୁଙ୍କ ପାଦ ଧୋଇଥିବା ପାଣିକୁ ପିଇ ପୂଜା ଶେଷ କରିଥିଲେ। ସଧବା ନାରୀମାନେ ସ୍ବାମୀଙ୍କ ପାଇଁ ବ୍ରତ ରଖିଥାନ୍ତି। ସେହିପରି କିନ୍ନରମାନେ ତାଙ୍କ ଗୁରୁଙ୍କ ପାଇଁ ଏହି ପୂଜା କରୁଛନ୍ତି ବୋଲି ଶ୍ରାବଣୀ କିନ୍ନର କହିଛନ୍ତି।

Share