ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ କିନ୍ନର

ବାଲେଶ୍ୱର, ୧୦ା୯(ମାନସ ବିଶ୍ୱାଳ)ଟ୍ରେନରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଟଙ୍କା ନ ଦେବାରୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଅଭିଯୋଗରେ ଜଣେ କିନ୍ନରଙ୍କୁ ବାଲେଶ୍ୱର ଜିଆରପି ଗିରଫ କରିଛି। ସେ ହେଲେ ଜଳେଶ୍ୱରର ସଲମା ବେଗମ(୨୦)।
ଶନିବାର ସକାଳେ ସାନ୍ତାରାଗାଛିରୁ ହାଇଦ୍ରାବାଦ ଯାଉଥିବା ଇଷ୍ଟକୋଷ୍ଟ ଟ୍ରେନରେ ହରିଚରଣ ମାଝି ନାମକ ଯାତ୍ରୀ ସାଙ୍ଗମାନଙ୍କ ହାଇଦ୍ରାବାଦ ଯାଉଥିଲେ। ଟ୍ରେନରେ କିନ୍ନର ସଲମା ତାଙ୍କୁ ପଇସା ମାଗିଥିଲେ। ହରିଚରଣ ଟଙ୍କା ନ ଦେବାରୁ ସଲମା ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ କଥା କଟାକଟି ହେବାରୁ କିନ୍ନରଜଣକ ଚଳନ୍ତା ଟ୍ରେନରୁ ହରିଚରଣଙ୍କୁ ରୂପସା ନିକଟରେ ଠେଲି ଦେଇଥିଲେ। ଫଳରେ ସେ ତଳେ ପଡ଼ିଯାଇ ଗୁରୁତର ହୋଇଥିଲେ। ଗୁରୁତର ରେଳଯାତ୍ରୀଙ୍କୁ ପ୍ରଥମେ ରୂପସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନେଇ ବାଲେଶ୍ୱର ଜିଆରପି ଥାନାରେ ଏକ ମାମଲା(ନଂ. ୧୧୭/୨୩) ରୁଜୁ କରାଯାଇ ଅଭିଯୁକ୍ତ କିନ୍ନରଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Share