ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଟ୍ରାନ୍ସ ଗ୍ଲୋବାଲ ସୁନ୍ଦରୀ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ୱ କରିବେ। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କରୋନା ଯୋଗୁ ଏହି ସମାରୋହ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବ। ‘ମିସ୍‌ ଟ୍ରାନ୍ସ ଗ୍ଲୋବାଲ ଇଣ୍ଡିଆ’ ଟାଇଟଲ ଜିତିବା ଗର୍ବର ବିଷୟ। କିନ୍ତୁୁ ଭର୍ଚୁଆଲ କାର୍ଯ୍ୟକ୍ରମ ହେଉଥିବା ଯୋଗୁ ଅନ୍ୟ ପ୍ରତିଯୋଗୀଙ୍କୁ ସାକ୍ଷାତ କରି ନ ପାରିବା ଦୁଃଖର କଥା ବୋଲି ସେ କହିଛନ୍ତି।

Share