Categories: ଜାତୀୟ

କିନୌର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

କିନୌର,୧୨ ।୮: ହିମାଚଳ ପ୍ରଦେଶର କିନୌର ଜିଲାରେ ହୋଇଥିବା ଭୂସ୍ଖଳରେ ଗୋଟିଏ ବସ୍ ଓ ଅନ୍ୟ କିଛି ଯାନ ମାଟିତଳେ ପୋତି ହୋଇଯିବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେବି କେତେକ ନିଖୋଜ ଥିବା କୁହାଯାଉଛି । ଫଳରେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଏଠାରେ ଏବେବି ଭୂସ୍ଖଳନ ଜାରି ରହିଥିବା ବେଳେ ଇଣ୍ଡୋ ତିବ୍ୱତ ପୋଲିସ ଓ ଆଇଟିବିପିର ଯବାନମାନେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଜାତୀୟ ରାଜପଥ-୫ରେ ହୋଇଥିବା ଏହି ଘଟଣା ପରେ ଏହା ସବୁଠାରୁ କଠିନ ଅପରେଶନ ବୋଲି କୁହାଯାଉଛି । ଏହି ଘଟଣା ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ରମେଶ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

Share