ଭିଜିଲାନ୍ସ ଜାଲରେ ବନ ବିଭାଗର କୋଟିପତି କିରାଣ

ଭୁବନେଶ୍ୱର, ୧୦।୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ବନସଂରକ୍ଷକ (ସିସିଏଫ୍‌) କେନ୍ଦୁଲିଫ୍‌ କଟକ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କ ଘର ଓ ଅଫିସ ସମେତ ୪ ସ୍ଥାନରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ୪ଟି ଟିମ୍‌ କଟକସ୍ଥିତ ଅଫିସ୍‌, ଢେଙ୍କାନାଳ ଜିଲା ଗନ୍ଦିଆ ରତନପୁରସ୍ଥିତ ପୈତୃକ ଘର, ଭୁବନେଶ୍ୱର ଜାଗମରାରେ ଥିବା କୋଠା ଓ ଫରେଷ୍ଟ ଟ୍ରେନିଂ ସ୍କୁଲ୍‌ କ୍ୱାର୍ଟର୍ସରେ ଏକକାଳୀନ ପୃଥକ ଭାବେ ଯାଞ୍ଚ କରିଥିଲା। ମୋଟ ୧ କୋଟି ୫୬ ଲକ୍ଷ ୪୦ହଜାର ୧୫୭ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି।
ଜାଗମରାସ୍ଥିତ ୪ ମହଲା ଘରର ମୂଲ୍ୟ ୧ କୋଟି ୮ଲକ୍ଷ ୭ହଜାର ୮୩୯ ଟଙ୍କାରେ ହିସାବ କରାଯାଇଥିବାବେଳେ ୧ଲକ୍ଷ ୧୭ ହଜାର ୬୭୬ଟଙ୍କାର ଦୁଇଟି ବାଇକ, ୧୯ଲକ୍ଷ ୮୩ହଜାର ୬୯୭ ଟଙ୍କାର ଦୁଇଟି କାର୍‌, ଢେଙ୍କାନାଳ ଓ ଭୁବନେଶ୍ୱରରେ ଥିବା ୧୦ଲକ୍ଷ ୫୨ହଜାର ୬ଶହ ଟଙ୍କାର ୩ଟି ପ୍ଲଟ୍‌, ୧୧ଲକ୍ଷ ୩୮ହଜାର ୩୪୫ର ପୈତୃକ ସମ୍ପତ୍ତିର ଅଂଶ, ୧୫ହଜାର ଟଙ୍କାର ସୁନା ଅଳଙ୍କାର, ୫୦ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି, ନଗଦ ଟଙ୍କା ୮ହଜାର ୪୫୦ ଓ ୪ଲକ୍ଷ ୬୬ହଜାର ୫୫୦ଟଙ୍କାର ଗୃହ ଉପକରଣ ରହିଛି। ଅଧିକ ତଦନ୍ତ ଚାଲିଥିବାରୁ ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

Share