Posted inଖେଳ

କିରଣ ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୮।୬,(ତପନ ସ୍ବାଇଁ): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) କିରଣ ମନୀଷା ମହାନ୍ତିଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ। କାଜାଖସ୍ତାନର ଅଲ୍‌ମାଟିରେ ହେବାକୁଥିବା ଏସିଆନ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ ପାଇଁ ସେ ଭାରତୀୟ ଦଳର କୋଚ୍‌ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା ଚଳିତ ମାସ ୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସର୍ବଭାରତୀୟ ଚେସ୍‌ ଫେଡେରେଶନ ପକ୍ଷରୁ କିରଣଙ୍କ ନିଯୁକ୍ତି ସଂସ୍ଥା ଏଲ୍‌ଆଇସିକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଏଥିରେ କିରଣ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଥିବାକଥା କହିଛନ୍ତି।
କାଜାଖସ୍ତାନ ଚେସ୍‌ ଫେଡେରେଶନ ଆନୁକୂଲ୍ୟରେ ଆୟୋଜନ ହେବାକୁଥିବା ଏସିଆନ ୟୁଥ୍‌ ଚାମ୍ପିୟନଶିପ୍‌ରେ ୮, ୧୦, ୧୨, ୧୪, ୧୬ ଓ ୧୮ ବର୍ଷରୁ କମ୍‌ ବର୍ଗରେ ଉଭୟ ବାଳିକା ଓ ବାଳକ ବିଭାଗରେ ପ୍ରତିଯୋଗିତା ହେବ। ସଂଯୋଗ ବଶତଃ କିରଣ ମନୀଷା ଏସିଆନ୍‌ ୟୁଥ୍‌ ଚାମ୍ପିୟନଶିପ୍‌ରେ ହିଁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରତିଯୋଗିତା ୨୦୦୩ରେ କେରଳର କାଲିକଟରେ ଅନୁଷ୍ଠିତ ହୋଇଥିଲା। ୪ ବର୍ଷ ପରେ ସେ ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ଏସିଆନ ୟୁଥ୍‌ ଚାମ୍ପିୟନଶିପ୍‌ର ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ।
ଜାତୀୟ ଦଳର କୋଚ୍‌ଭାବେ କିରଣ ଦ୍ୱିତୀୟ ଥରପାଇଁ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ପୂର୍ବରୁ ୨୦୨୩ରେ କାଜାଖସ୍ତାନର ଅଲ୍‌ମାଟିରେ ଅନୁଷ୍ଠିତ ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ସେ ଭାରତୀୟ ମହିଳା ଦଳର କୋଚ୍‌ ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ମହିଳା ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ଓ ମାରୀ ଆନ୍‌ ଗୋମ୍ସ ଯଥାକ୍ରମେ ମହିଳା କାଟେଗୋରିରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଏହି ଦୁଇ ଖେଳାଳି ୨୦୨୩ ଫିଡେ ବିଶ୍ୱକପ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri