Categories: ଖେଳ

କିରଣ ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୧୯।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) କିରଣ ମନୀଷା ମହାନ୍ତି କ୍ୟାରୟରରେ ଆଉ ଏକ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି। ସର୍ବଭାରତୀୟ ଚେସ୍‌ ଫେଡେରେଶନ (ଏଆଇସିଏଫ୍‌) ପକ୍ଷରୁ ତାଙ୍କୁ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରାଯାଇଛି। କିରଣଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ କାଜାଖସ୍ତାନର ଅଲ୍‌ମାଟିରେ ଜୁନ୍‌ ୩ରୁ ୧୨ ପର୍ଯ୍ୟନ୍ତ ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ ଖେଳିବ। ଏହି ଖବର ଆସିବା ପରେ ଓଡ଼ିଶା ଚେସ୍‌ ମହଲରେ ଖୁସିର ବାତାବରଣ ଖେଳିଯାଇଛି। ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଏସ୍‌ଆର ଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ଓ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବପ୍ରତ ଭଟ୍ଟ ଓ ଅନ୍ୟ କର୍ମକର୍ତ୍ତାଗଣ କିରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share