କିରଣ ଖେରଙ୍କୁ ବ୍ଲଡ୍‌ କ୍ୟାନସର

ମୁମ୍ବାଇ,୧।୪: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପାର ଚଣ୍ଡିଗଡ଼ ଲୋକ ସଭା ଆସନ ଏମ୍‌ପି କିରଣ ଖେର୍‌ଙ୍କୁ ବ୍ଲଡ୍‌ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ମୁମ୍ବାଇର କୋକିଳା ବେନ୍‌ ହସ୍ପିଟାଲରେ ଜାରି ରହିଛି। କିରଣଙ୍କ ସହକର୍ମୀ ଏବଂ ଚଣ୍ଡିଗଡ଼ର ଭାଜପା ସଦସ୍ୟ ଅରୁଣ ସୁଦ୍‌ ଏକ ଗଣମାଧ୍ୟମ ସମ୍ମିଳନୀରେ ଏ ସମ୍ପର୍କରେ ସୂଚଚନା ଦେଇଛନ୍ତି। ଧୀରେଧୀରେ କିରନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ସେ କହିଛନ୍ତି। ଗତ ବର୍ଷ ନଭେମ୍ବରରେ ତାଙ୍କଠାରେ ବ୍ଲଡ୍‌ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଏହାପରେ ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯାଇଥିଲା।

Share