Posted inଜାତୀୟ

କିରଣ ଖେର୍‌ଙ୍କ ଟିକେଟ କାଟିଲା ଭାଜପା

ନୂଆଦିଲ୍ଲୀ, ୧୧।୪: ଚଳିତ ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୦ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଉତ୍ତରପ୍ରଦେଶରୁ ୭ ଜଣ, ପଶ୍ଚିମବଙ୍ଗ ଓ ବିହାରରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଚଣ୍ଡିଗଡ଼ରୁ ଏମ୍‌ପି କିରଣ ଖେର୍‌ଙ୍କ ସ୍ଥାନରେ ଚଣ୍ଡିଗଡ଼ ଭାଜପା ସଭାପତି ସଞ୍ଜୟ ଟଣ୍ଡନଙ୍କୁ ଟିକେଟ ମିଳିଛି। ସେହିପରି ପଶ୍ଚିମବଙ୍ଗର ଆସାନ୍‌ସୋଲ ଆସନରୁ ଏସ୍‌. ଏସ୍‌ ଆହଲୁଓ୍ବାଲିଆଙ୍କ ଉପରେ ଭାଜପା ମୋହର ମାରିଛି। ଆହଲୁଓ୍ବାଲିଆ ବର୍ତ୍ତମାନ ବର୍ଦ୍ଧମାନ-ଦୁର୍ଗାପୁର ଆସନରୁ ଏମ୍‌ପି ଅଛନ୍ତି। ପୂର୍ବରୁ ଦଳ ଏହି ଆସନରୁ ଭୋଜପୁରୀ ଅଭିନେତା ପଓ୍ବନ ସିଂଙ୍କୁ ଟିକେଟ ଦେଇଥିଲା। କିନ୍ତୁ ସେ ନିର୍ବାଚନ ଲଢ଼ିବାକୁ ମନା କରିବାରୁ ଭାଜପା ପ୍ରାର୍ଥୀ ବଦଳାଇଛି। ଆସାନ୍‌ସୋଲ ଆସନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସହ ଭାଜପାର ଏସ୍‌. ଏସ୍‌ ଆହଲୁଓ୍ବାଲିଆଙ୍କ ମଧ୍ୟରେ ମୁକାବିଲା ହେବା ସ୍ପଷ୍ଟ ହୋଇଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖରଙ୍କୁ ବାଲିଆ ଆସନରୁ ଦଳ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି(ଏସ୍‌ପି)ର ଗଡ଼ କୁହାଯାଉଥିବା ମୈନପୁରୀ ଆସନରୁ ଜୟବୀର ସିଂଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏଠାରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ସହ ତାଙ୍କର ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri