Categories: ଖେଳ

‘ମୁଁ ଭାବୁଛି ପାକିସ୍ତାନ ଜିତିବ’

ନୂଆଦିଲ୍ଲୀ,୧୨।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ। ଏହି ମୁକାବିଲାରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ। ପାକିସ୍ତାନ ଟାଇଟଲ ଜିତିଲେ କ୍ରିକେଟ ପ୍ରଶଂସକଙ୍କ ମୁହଁରେ ହସ ଫୁଟିବ ବୋଲି ସେ କହିଛନ୍ତି।

ସ୍ପୋଟ୍ସକିଡାକୁ ସାକ୍ଷାତକାର ଦେଇ ମୋରେ କହିଛନ୍ତି, ପାକିସ୍ତାନ ଯେଉଁଭଳି ଭାବେ କ୍ରିକେଟ ଖେଳୁଛି, ଏମିତିରେ ଆପଣ ଯେତେବେଳେ ସେମାନଙ୍କ ଦେଶକୁ ଦେଖିବେ, ସେମାନେ କ୍ରିକେଟ ବୋର୍ଡ ଭାବେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୌଣସି ଦଳ ତାଙ୍କ ଦେଶକୁ ଗସ୍ତ କରୁ ନ ଥିଲେ। ସେମାନଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳୁ ନ ଥିଲା। ଏଣୁ ଆଶା କରୁଛି ପାକିସ୍ତାନ ଜିତିବ। ହେଲେ ଇଂଲଣ୍ଡ ନିଜ ଘରେ ପାକିସ୍ତାନ ଦଳକୁ ପରାସ୍ତ କରିଥିବାରୁ ଟ୍ରଫି ଜିତିବା ଦଳ ପାଇଁ ସହଜ ହେବ ନାହିଁ।

Share