Categories: ଜାତୀୟ

କୌଣସି ଭୁଲ ହୋଇନାହିଁ, ସରକାରଙ୍କ କାମ ହେଉଛି… ବିରୋଧୀଙ୍କୁ ରିଜିଜୁଙ୍କ ଜବାବ

ନୂଆଦିଲ୍ଲୀ,୧୯।୫: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଭୂ-ବିଜ୍ଞାନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସମୟରେ ଆଇନ ମନ୍ତ୍ରଣାଳୟରୁ ହଟାଯିବା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରିଜିଜୁ କହିଛନ୍ତି, ଏଥିରେ କୌଣସି ଭୁଲ ହୋଇନାହିଁ। ସରକାରଙ୍କ କାମ ହେଉଛି କ୍ୟାବିନେଟକୁ ପୁନଃ ନିର୍ମାଣ କରିବା ଏବଂ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ରିଜିଜୁ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ମଧ୍ୟ ମୋତେ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି। ଏଥିସହ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି, ସେମାନେ ବିରୋଧୀ, ସେମାନଙ୍କର କାମ କହିବା, ତେଣୁ ସେମାନେ କହିବେ।

ନୂତନ ନିଯୁକ୍ତ ଭୂ-ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ ନୂତନ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଆକ୍ସନ ମୋଡରେ ନଜର ଆସିଛନ୍ତି। ରିଜିଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ସମୁଦ୍ରୟାନର କାର୍ଯ୍ୟକାରିତା ଉପରେ ତଦାରଖ କରିବେ। ଏହି ପ୍ରକଳ୍ପରେ ଗଭୀର ସମୁଦ୍ର ଗବେଷଣା ପାଇଁ ତିନି ଜଣଙ୍କୁ ୬,୦୦ ମିଟର ଗଭୀରତାକୁ ସଫଳତାର ସହିତ ପଠାଇବାକୁ ଏକ ଯୋଜନା ପ୍ରସ୍ତାବ ଦିଆଯାଇଛି ।

Share