Categories: ଜାତୀୟ

ମୋଦି ସରକାରଙ୍କ ଦ୍ୱାରା ଲଦାଖରେ କରାଯାଇଥିବା ବିକାଶକୁ ଲୋକଲୋଚନକୁ ଆଣିବା ପାଇଁ ରାହୁଲଙ୍କୁ ଧନ୍ୟବାଦ: କରେନ ରିଜିଜୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲଦାଖ ଗସ୍ତର କିଛି ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ରାହୁଲଙ୍କୁ ବାଇକ୍‌ ରାଇଡିଂ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛି ଭାଜପା।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି। ଲଦାଖରେ ନିର୍ମିତ ଆରାମଦାୟକ ତଥା ଉତ୍କୃଷ୍ଟ ମାନର ରାସ୍ତାକୁ ସାମ୍ନାକୁ ଆଣିଥିବାରୁ ରାହୁଲ ଗାନ୍ଧୀଙ୍କୁ ସେ ପ୍ରଶଂସା କରିଛନ୍ତି। ରିଜିଜୁ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଲଦାଖର ପାଙ୍ଗୋଙ୍ଗ ହ୍ରଦକୁ ଯାଉଥିବା ରାସ୍ତା ଯାତାୟାତ ପାଇଁ ଅସୁବିଧା ହେଉଥିବାର ଦେଖାଯାଇଛି। ଅନ୍ୟ ଏକ ଚିତ୍ରରେ ରାହୁଲ ବାଇକ୍‌ରେ ଯାଉଥିବାବେଳେ ତାଙ୍କ ପଛରେ ଦୃଶ୍ୟମାନ ହେଉଥିବା ରାସ୍ତା ପକ୍କା ଏବଂ ଯାତାୟତ କରିବାରେ ସୁବିଧା ହେଉଛି।

Share