Categories: ଜାତୀୟ

ଆଇନ ଡିଗ୍ରୀ ଧାରୀଙ୍କୁ ମିଳିଲା ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟା ପାଇଥିବା ୬ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ ରିଜୁଜି। ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଛି। ଏହାବାଦ୍‌ ସେ ସମ୍ଭାଳୁଛନ୍ତି ଯୁବ ବ୍ୟାପାର, ସଂଖ୍ୟାଲଘୁ ବ୍ୟାପାର ଓ ଆୟୁଷ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ।

ଅରୁଣାଞ୍ଚଳ ପ୍ରଦେଶର ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା ରିଜୁଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକତା ହାସଲ କରିଛନ୍ତି। ସେ ଆଇନ ମନ୍ତ୍ରୀ ଭାବେ ରବି ଶଙ୍କର ପ୍ରସାଦଙ୍କ ସ୍ଥାନ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଶଙ୍କରଙ୍କୁ ସ୍ଥାନ ମିଳିନାହିଁ।

ରିଜୁଜି ୨୦୦୪ରେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୧୪ ଓ ୨୦୧୯ରେ ସେ ପୁନଃ ନିର୍ବାଚିତ ହୋଇଥିଲେ।

Share