Categories: ଜାତୀୟ

‘କଂଧାର, ତକ୍ଷଶିଳା, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଥିଲୁ ଆମେ, ବହୁତ ବଡ ଥିଲା ଭାରତ’: ରିଜିଜୁ

ନୂଆଦିଲ୍ଲୀ,୩୧ ।୩: କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଭାରତୀୟ ସଂସ୍କୃତିର ପ୍ରଭାବ ଦେଶର ବର୍ତ୍ତମାନ ଭୌଗୋଳିକ ସୀମାଠାରୁ ବହୁତ ବଡ । ଅନେକ ଲୋକ ଜାଣନ୍ତି ନାହିଁ, ଭାରତର ପ୍ରଭାବିତ କ୍ଷେତ୍ର ଆଜି ତୁଳନାରେ ବହୁତ ବଡ ଥିଲା । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାଂସ୍କୃତିକ ଏକିକରଣ ଆରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗୁଜରାଟର ପୋରବନ୍ଦର ଜିଲାରେ ମାଧବପୁର ମେଳାର ଉଦ୍‌ଘାଟନ ସମାରୋହରେ ଏହା କହିଛନ୍ତି ।
ରିଜିଜୁ ସମାରୋହରେ କହିଛନ୍ତି, ମାଧବପୁର ମେଳା ଭଳି ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ଏକାଠି କରିଥାଏ ଓ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ସିଦ୍ଧାନ୍ତକୁ ମଜଭୁତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ଭାଗରେ ଏହା ଉପରେ କାର୍ଯ୍ୟକ୍ରମ ଆୟୋଜିତ କରି ଦେଶର ଏକିକରଣର ଆରମ୍ଭ କରିଛନ୍ତି ।

Share