Posted inUncategorized

ମାଦଳବାଦ୍ୟର ଗାଁ କିରିଙ୍ଗିସେରା

ଓଡ଼ିଶାର ପ୍ରତ୍ୟେକ ଗଁାର ରହିଛି ନିଜସ୍ବ ଏକ ପରିଚୟ। କେଉଁ ଗାଁ ସ୍ବଚ୍ଛତା ପାଇଁ ପ୍ରସିଦ୍ଧ ତ କେଉଁ ଗାଁ ତା’ର କଳା କାରୀଗରି ପାଇଁ। ସେମିତି ଏକ ଗାଁ ହେଉଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା; ଯିଏ କି ବାଦ୍ୟଯନ୍ତ୍ର ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଗାଁରେ ପ୍ରସ୍ତୁତ ହେଉଛି ମାଦଳବାଦ୍ୟ। ମାଦଳ ହେଉଛି ଏମିତି ଏକ ବାଦ୍ୟ, ଯାହା ଆଦୀବାସୀ ଜନଜାତିର ସାଂସ୍କୃତିକ ପରମ୍ପରାରେ ବେଶ ଗୁରୁତ୍ୱ ରଖେ। ଯେତେବେଳେ ଆଦିବାସୀ ପଲ୍ଲୀର ଡଙ୍ଗର ତଳେତଳେ ଲୁଚିଯାଆନ୍ତି ସୂର୍ଯ୍ୟ, ସେତିକିବେଳେ କର୍ମକ୍ଳାନ୍ତ ଜୀବନକୁ ସହଜ କରିବା ପାଇଁ ଆଦିବାସୀମାନଙ୍କ ପଲ୍ଲୀରେ ବାଜିଉଠେ ମାଦଳ । ମାଦଳବାଦ୍ୟର ଆକର୍ଷଣରେ ବିଭୋର ହୋଇ ସମସ୍ତେ ଛୁଟି ଆସନ୍ତି ଏକ ନିଦ୍ଧିଷ୍ଟ ଜାଗାକୁ । ନିସ୍ତବ୍ଦ ବନଭୂଇଁରେ ମାଦଳର ସୁମଧୂର ସ୍ବର ସୃଷ୍ଟିକରେ ଝଙ୍କାର । ଆଦିବାସୀ ତରୁଣ ତରୁଣୀଙ୍କ ମନରେ ସୃଷ୍ଟି ହୁଏ ଶିହରଣ । ଏହି ମାଦଳବାଦ୍ୟର ତାଳେ ତାଳେ ଆଦିବାସୀଙ୍କ ଛନ୍ଦ ପାଦର ନୃତ୍ୟରେ ସୃଷ୍ଟି କରେ ନିଆରାଭାବ। ମନହୁଏ ଅଧୀର । କର୍ମକ୍ଳାନ୍ତ ଶରୀରର ଥକାପଣକୁ ଦୂର କରେ ମାଦଳର ସୁମଧୂର ଧ୍ୱନୀ । ଏହି ମାଦଳବାଦ୍ୟ କେବଳ ଆଦିବାସୀ ଜନଜାତିଙ୍କ ଙ୍କ ଅବସର ବିନୋଦନର ମାଧ୍ୟମ ନୁହେଁ, ଏହା ତାଙ୍କ ସାଂସ୍କୃତିକ ପରମ୍ପରା ସହିତ ଓତପ୍ରୋତଃ ଭାବରେ ଜଡିତ; ଯାହା ତାଙ୍କ ଲୋକନୃତ୍ୟ, ଲୋକସଂଗୀତକୁ କରିଥାଏ ସମୃଦ୍ଧ।
ଏହି ମାଦଳବାଦ୍ୟର ଗାଁ ଭାବେ ପ୍ରସିଦ୍ଧି ଲାଭ କରିଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା ଗ୍ରାମ; ଯେଉଁଠି ପ୍ରାୟ ୫୦ରୁ ୬୦ଟି ପରିବାର ଦେଶୀୟ ଶୈଳିରେ ମାଦଳ ବାଦ୍ୟ ଓ ଅନ୍ୟାନ୍ୟ ବାଦ୍ୟ ତିଆରି କରି ଜୀବିକା ନିର୍ବାହ କରିଥାନ୍ତି। ଏହି ଗାଁର(ଘାସି)ସଂପ୍ରଦାୟର କାରିଗରମାନେ ପିଢି ପରେ ପିଢି ଏହି କାଯର୍‌ୟ କରିଆସୁଛନ୍ତି । ଏମାନେ ମାଦଳ ସହିତ ମୃଦଙ୍ଗ, କିଶାନ ବାଜା, ନେଗେଡା (ବଡବାଦ୍ୟ) ଆଦି ବାଦ୍ୟ ଉପକରଣ ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଯେଉଁ ବାଦ୍ୟଯନ୍ତ୍ରର ଦୁଇ କିମ୍ବା ଏକ ପାଖରେ ଚମଡ଼ାର ଆବରଣ କରାଯାଇ ହାତ କିମ୍ବା ବାଡ଼ି ସାହାଯ୍ୟରେ ବଜାଯାଏ, ତାହାକୁ ଅବନଦ୍ଧ କୁହାଯାଏ। ଯଥା- ମୃଦଙ୍ଗ, ଢୋଲ, ମର୍ଦ୍ଦଳ, ଚାଙ୍ଗୁ। ଏହି ବାଦ୍ୟଗୁଡିକ ତିଆରିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଚମଡା, କାଠର ଗଣ୍ଡି, ରଂଗ, ଫୋମ୍‌, କିରଣ, ମୋଟା ଟିଣ ପ୍ରଭୃତିକୁ ଏହି କାରିଗରମାନେ ଝାଡଖଣ୍ଡର ଗୁମଲା ବଜାରରୁ ଆଣିଥାଆନ୍ତି ।
ମାଦଳର ବିକ୍ରୟ ମୂଲ୍ୟ ତିନି ହଜାରରୁ ସାଢେ ତିନିହଜାର ଟଙ୍କା ହୋଇଥିବା ବେଳେ ନେଗେଡା (ବଡବାଦ୍ୟ) ଦଶହଜାର ଟଙ୍କା ହୋଇଥାଏ । ଏହି ବାଦ୍ୟ ଗୁଡିକ ତିଆରିରେ ଘାସି ସଂପ୍ରଦାୟର ପରିବାର ସଦସ୍ୟ କାର୍ଯ୍ୟ କରିଥାନ୍ତି। ଏହି କାର୍ଯ୍ୟରେ ମହିଳାମାନଙ୍କ ଭୂମିକା ଅଧିକ। ସେମାନେ ଏହି ବାଦ୍ୟର କିରଣକୁ ଘସିଘସି ଚିକ୍କଣ କରିଥାନ୍ତି। ଏହି ବାଦ୍ୟଯନ୍ତ୍ର ତିଆରି କରି ସେମାନେ ନିଜର କୌଳିକ ବୃତ୍ତିକୁ ପିଢି ପରେ ପିଢି ବଜାୟ ରଖିଛନ୍ତି। ମାତ୍ର ଆଜିକାଲି ଏହି ପରମ୍ପରାଗତ ବୃତ୍ତି ସଙ୍କଟରେ ।
ଏ ସମ୍ପର୍କରେ ବାଦ୍ୟ ତିଆରି କରୁଥିବା କିରିଙ୍ଗିସେରା ଗ୍ରାମର ବର୍ଷୀୟାନ ମାଦଳବାଦ୍ୟ କାରିଗର ପହଲ ନାଏକ କୁହନ୍ତି, ଆମ ବାପ ଅଜା ଅମଳରୁ ଆମେ ଏହି କାମ କରିଆସୁଛୁ । ଏହି ବାଦ୍ୟଗୁଡିକ ତିଆରିରେ ନିୟୋଜିତ ପରିବାରଙ୍କୁ ଏପଯର୍‌ୟନ୍ତ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରିନାହିଁ। ସେହିପରି ମୂଲ ନାଏକ କୁହନ୍ତି, ଆମ ଅଂଚଳରେ ଏହି ବାଦ୍ୟ ଗୁଡିକର ଆଦର ରହିଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ ଆଦି ସାମାଜିକ ଉତ୍ସବରେ ଏହି ବାଦ୍ୟର ତାଳେ ତାଳେ ନାଚଗୀତରେ ଲୋକେ ଝୁମି ଉଠନ୍ତି ।
କିନ୍ତୁ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନର ଅଭାବ ଓ ବଜାର ନଥିବାରୁ କାରିଗରମାନେ ଗାଁ ଗାଁ ବୁଲି ଏହି ବାଦ୍ୟଯନ୍ତ୍ରକୁ ବିକ୍ରୀ କରିଥାନ୍ତି । ପଡୋଶୀ ଝାଡଖଣ୍ଡ ରାଜ୍ୟର ସିମଡେଗାର ଗାନ୍ଧୀ ମେଳାରେ ଏହି ମାଦଳ ଓ ନେଗେଡା (ବଡବାଦ୍ୟ) କୁ ନେଇ ବିକ୍ରୀ ପାଇଁ ଯାଇଥାନ୍ତି। । କିନ୍ତୁ ସୁନ୍ଦରଗଡ ଜିଲାରେ ଏହି ଦେଶୀ ବାଦ୍ୟଯନ୍ତ୍ର ବିକ୍ରି ପାଇଁ ସେମିତି ସ୍ବତନ୍ତ୍ର ବଜାର ହୋଇନାହିଁ ।
ଜିଲା ପ୍ରଶାସନଙ୍କ ଜରିଆରେ ବାଦ୍ୟଯନ୍ତ୍ରର ସ୍ବତନ୍ତ୍ର ବଜାର ବ୍ୟବସ୍ଥା ପାଇଁ ଦୋକାନ ଗୃହ ଓ ଋଣ ସହାୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ଏହି ବାଦ୍ୟଯନ୍ତ୍ରର ଅଧିକ ବିକ୍ରୟ ସୁବିଧା ହୋଇପାରିବ ।
ମାତ୍ର ଏହି ଜିଲାରେ ଏମିତି ପରମ୍ପରାଗତ ବାଦ୍ୟ ତିଆରି ବୃତ୍ତିକୁ ବଂଚାଇ ରଖିବା ପାଇଁ ନୂତନ ପିଢି ତଥା ଯୁବ ଓ ମହିଳା ଗୋଷ୍ଠୀଙ୍କୁ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକତା ରହିଛି। କେବଳ ଜିଲାର କିରିଙ୍ଗିସେରା ନୁହେଁ ବରଂ କୁତ୍ରା ବ୍ଲକର ତେଲିଘଣା, ଜୋରାମୁଡା, ଖତକୁର ବାହାଲ ଗ୍ରାମରେ ବସବାସ କରୁଥିବା ଅନେକ ଆଦିବାସୀ ପରିବାରର କାରିଗରମାନେ ବାଦ୍ୟ ତିଆରି କଳା ଭଳି କୌଳିକ ବୃତ୍ତିକୁ ଆପଣେଇ ନିଜର ଜୀବିକା ନିର୍ବାହ କରିଆସୁଛନ୍ତି। ତେବେ ମାଦଳ ଅବନଦ୍ଧ ଲୋକବାଦ୍ୟ ରୂପେ ପରିଚିତ। ଓଡ଼ିଶାର ଅନେକ ସ୍ଥାନରେ ଏହି ବାଦ୍ୟ ତିଆରି କାରିଗର ରହିଥିବା ବେଳେ କିରିଙ୍ଗିସେରା ଗ୍ରାମ ମାଦଳବାଦ୍ୟ କାରିଗରଙ୍କ ପାଇଁ ନିଆରା ପରିଚୟ ପାଇଛି।
-ଜୟ ନାରାୟଣ ମେଣ୍ଡୁଳି


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri