ଦୀର୍ଘ ଦିନ ପରେ ସଂସଦରେ ଏକାଠି ନଜର ଆସିଲେ ଜୟା-କିରଣ

କିରଣ ଖେର ଜୟା ବଚ୍ଚନ ଦୀର୍ଘ ବର୍ଷ ପରେ ଦୁହେଁ ଏକାଠି ନଜର ଆସିଛନ୍ତି। ତାହା ପୁଣି ସଂସଦରେ। ଦୁହେଁ ଦୁଇ ଦଶନ୍ଧିର କଳାକାର। କିରଣ ଜୟାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶେୟାର କରି ଲେଖିଛନ୍ତି, ଏତେ ଦିନ ପରେ ସଂସଦରେ ଜୟା ବଚ୍ଚନଙ୍କୁ ଭେଟିବା ବହୁତ ଖାସ ଥିଲା। କିରଣଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି ।
ଜୟା ବଚ୍ଚନ ୨୦୦୪ ମସିହାରୁ ସମାଜବାଦୀ ପାର୍ଟିର ରାଜ୍ୟସଭାର ସଦସ୍ୟ ଅଟନ୍ତି। ଏଥି ସହ କିରଣ ଖେର ଚଣ୍ଡିଗଡ଼ରୁ ଭାଜପାର ଲୋକସଭା ସଦସ୍ୟ ଅଟନ୍ତି। ତେବେ ଏହି ଫଟୋରେ ଦୁହେଁ ସାଧାସିଧା ପୋଷାକରେ ନଜର ଆସିଛନ୍ତି । କିରଣ ଏକ ଧଳା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏବଂ ଜୟା ହଳଦିଆ ରଙ୍ଗର ଶାଢୀ ପିନ୍ଧିଛନ୍ତି ।

 

Share