ଥିଏଟର ଗ୍ରୁପରେ କିରଣଙ୍କ ସହ ଦେଖା ହୋଇଥିଲା ଅନୁପମଙ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିରଣ ଖେର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୪ ଜୁନ ୧୯୫୨ରେ ସେ ପଞ୍ଜାବରେ ଜନ୍ମ ହୋଇଥିଲେ । ମଲ୍ଟିପଲ ମାୟଲୋମା ନାମକ ବ୍ଲଡ କ୍ୟାନସରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି କିରଣ । ଅନୁପମଙ୍କ ସହ ସେ ୧୯୮୫ରେ ବିବାହ କରିଥିଲେ । ଉଭୟଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ପ୍ରେମ କାହାଣୀଠାରୁ କମ୍ ନ ଥିଲା ।
କିରଣ ଓ ଅନୁପମଙ୍କ ପ୍ରଥମ ସାକ୍ଷତ୍ ଚଣ୍ଡିଗଡ଼ରେ ହୋଇଥିଲା । ଉଭୟ ଚଣ୍ଡିଗଡ଼ ଥିଏଟର ଗ୍ରୁପରେ କାମ କରୁଥିଲେ । ୧୯୮୦ରେ କିରଣ ଚଣ୍ଡିଗଡ଼ରୁ ମୁମ୍ବାଇ ଚାଲିଆସିଥିଲେ । ସେଠାରେ ତାଙ୍କର ପ୍ରଥମ ବିବାହ ବିଜନେସମ୍ୟାନ ଗୌତମ ବୈରିଙ୍କ ସହ ହୋଇଥିଲା । ୧୯୮୧ରେ ପୁଅ ସିକନ୍ଦରଙ୍କ ଜନ୍ମ ହୋଇଥିଲା । ଏହାର ୪ ବର୍ଷ ପରେ କିରଣ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେପଟେ ଘର ଲୋକଙ୍କ ଚାପରେ ଅନୁପମ ୧୯୭୯ରେ ମଧୁମାଳତି ନାମକ ଜଣେ ଝିଅକୁ ବିବାହ କରିଥିଲେ । ହେଲେ ଉଭୟ ଏହି ବିବାହରେ ଖୁସି ନ ଥିଲେ ।
ଥରେ ନାଦିର ବାବରଙ୍କ ପ୍ଲେ ପାଇଁ ଅନୁପମ ଓ କିରଣ କୋଲକାତା ଆସିଥିବା ବେଳେ ସେଠାରେ ଉଭୟଙ୍କର ସାକ୍ଷାତ୍ ହୋଇଥିଲା । ଏହି ସମୟରେ ହିଁ ଅନୁପମ କିରଣଙ୍କୁ ପ୍ରପୋଜ କରିଥିଲେ ଆଉ ଏକାଥରେ କିରଣ ରାଜି ହୋଇ ଯାଇଥିଲେ । ଉଭୟ ପରସ୍ପରର ପାର୍ଟନରଙ୍କୁ ତଲାକ ଦେବା ପରେ ୧୯୮୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।
୨୦୧୩ରେ ଅନୁପମ ଏକ ସାକ୍ଷାତକାରରେ କହିଥିଲେ କିରଣ ଯେତେବେଳେ ମୋତେ ବିବାହ କଲେ ସେତେବେଳେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ ସିକନ୍ଦରଙ୍କୁ ମୋ ପାଖକୁ ନେଇ ଆସିଥିଲେ । ଆଉ ସିକନ୍ଦର ମୋତେ ଖୁବ୍ ଭଲ ପାଉଥିବା ବେଳେ ମୁଁ ବି ସିକନ୍ଦରଙ୍କୁ ଖୁବ୍ ଭଲ ପାଉଥିଲି । ଯେମିତି ଭାବେ ମୋ ପିତା ମୋତେ ସ୍ନେହ କରୁଥିଲେ ଠିକ୍ ସେମିତି । ଏବେ ପର୍ଯ୍ୟନ୍ତ ମୋର ସନ୍ତାନ ନ ଥିବା କଥା ମୁଁ କେବେ ଅନୁଭବ କରି ନାହିଁ ବୋଲି କୁହନ୍ତି ଅନୁପମ ।

Share