Categories: ଜାତୀୟ

କୃଷକଙ୍କ କଷ୍ଟ ଦେଖି ତରଳିଲା ଧର୍ମେନ୍ଦ୍ରଙ୍କ ହୃଦୟ

ମୁମ୍ବାଇ,୧୧ ।୧୨: କେନ୍ଦ୍ରର ନୂଆ କୃଷି ନିୟମକୁ ନେଇ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନରେ ବସିଛନ୍ତି କୃଷକ । ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ପାରି ନାହିଁ । ଦୀର୍ଘ ୨ ସପ୍ତାହରୁ ଅଧିକ ସମୟ ହେବ ଶୀତ କାକରରେ ଭିଜି ଏମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ଓ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଏବେ କୃଷକଙ୍କର ଏଭଳି ଦୁଃଖ ଦେଖି ନିଜେ ଦୁଃଖି ହୋଇ ଯାଇଛନ୍ତି ବଲିଉଡ୍ ହିମ୍ୟାନ୍ ଧର୍ମେନ୍ଦ୍ର । ଶୁକ୍ରବାର ସେ ଏକ ଟୁଇଟ୍ କରି ଲେଖିଛନ୍ତି ମୁଁ ଆମ କୃଷକ ଭାଇଙ୍କର ଦୁଃଖ ଦେଖି ଖୁବ୍ ଦୁଃଖିତ । ସରକାର ଏବେ ଏହି ମାମଲାର ସମାଧାନ ତୁରନ୍ତ ବାହାର କରିବା ଉଚିତ ।

Share