Categories: ଜାତୀୟ

କୃଷକ ମୃତ୍ୟୁକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧୨: କଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟର ଦାବି ଅନୁଯାୟୀ ସେ କହିଛନ୍ତି କୃଷକ ଆନ୍ଦୋଳନରେ ଏବେ ପର୍ଯ୍ୟନ୍ତ ୨୨ କୃଷକଙ୍କ ମୃତ୍ୟୁ ହେଲାଣି । ଖବରକାଗଜର ଏକ କଟିଂ ଶେୟାର କରି ରାହୁଲ କହିଛନ୍ତି ଆଉ କେତେ ଅନ୍ନଦାତାଙ୍କୁ ବଳିଦାନ ଦେବାକୁ ପଡିବ? କୃଷି ବିରୋଧି ଆଇନ କେବେ ଶେଷ ହେବ? ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀ ନିକଟରେ କୃଷକଙ୍କ ବିରୋଧ ପ୍ରଦର୍ଶନ ସ୍ଥାନରେ ଶିଖ ସନ୍ଥ ବାବା ରାମ ସିଂଙ୍କର ଆତ୍ମହତ୍ୟାକୁ ନେଇ ବୁଧବାର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା । କହିଥିଲା କେନ୍ଦ୍ର ସରକାର ନିଜର ଜିଦ୍ ଛାଡି ତୁରନ୍ତ କୃଷି ଆଇନକୁ ଫେରାଇ ନିଅନ୍ତୁ । ରାହୁଲ କହିଥିଲେ ମୋଦି ସରକାରଙ୍କ କ୍ରୁରତା ସୀମା ଟପି ଯାଇଛି ।

Share