Categories: ଜାତୀୟ

କିଷାନ ସମ୍ମାନ ନିଧି ହେବ ୨ ଗୁଣା, ଚାଷୀଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର…

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଦିଲ୍ଲୀରୁ ଖୁସି ଖବର ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ୨ ଗୁଣା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ଖୁବ ଶୀଘ୍ର ପ୍ରତି କିସ୍ତିରେ ୨୦୦୦ ବଦଳରେ ୪୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯିବ। କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୋଦି ସରକାର ହିତାଧିକାରୀ ଚାଷୀଙ୍କୁ ସ୍ବତନ୍ତ୍ର ଉପହାର ଦେବାଲାଗି ଯୋଜନା କରୁଛନ୍ତି। ଏପରିହେଲେ କୃଷକମାନଙ୍କ ଖାତାକୁ ବର୍ଷରେ ୬୦୦୦ ବଦଳରେ ପ୍ରତିବର୍ଷ ତିନୋଟି କିସ୍ତିରେ ୧୨୦୦୦ ଟଙ୍କା ଆସିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂ ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଦିଲ୍ଲୀରେ ସାକ୍ଷାତ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ପ୍ରାପ୍ତ ଆର୍ଥିକ ସହାୟତା ପରିମାଣକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ମଧ୍ୟ ଆଲୋଚନା କରାଯାଇଛି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ।

Share