ରୁଷିଆର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମାଲୋଚନା କଲେ କିଶିଦା…

ଟୋକିଓ,୬।୮ : ରବିବାର ହିରୋସିମା ଉପରେ ପରମାଣୁ ବୋମା ବିସ୍ଫୋରଣର ୭୮ ତମ ବାର୍ଷିକୀ ପାଳନ କରାଯାଉଥିବାରୁ ଜାପାନର ପ୍ରଧାନମନ୍ତ୍ରୀ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁ୍‌ଥିବାନେଇ ରୁଷିଆର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି।

ହିରୋସିମାରେ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯୁଦ୍ଧରେ ଆଣବିକ ବିସ୍ଫୋରଣର ଏକମାତ୍ର ଦେଶ ଭାବରେ ଜାପାନ ପରମାଣୁମୁକ୍ତ ବିଶ୍ୱ ଦିଗରେ ଉଦ୍ୟମ ଜାରି ରଖିବ।

ଆଣବିକ ନିରସ୍ତ୍ରୀକରଣ ଏବଂ ରୁଷିଆର ଆଣବିକ ବିପଦକୁ ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ବିଭାଜନକୁ ଗଭୀର କରିଥିବାରୁ ଏହା ଫଳରେ ଶାନ୍ତି ଆଡକୁ ରାସ୍ତା କଷ୍ଟକର ହୋଇପଡୁଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଣବିକମୁକ୍ତ ବିଶ୍ୱକୁ ହୃଦୟଙ୍ଗମ କରିବା ପାଇଁ ଅନ୍ତର୍ଜାତୀୟ ଗତି ଫେରାଇ ଆଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ଆଣବିକ ଅସ୍ତ୍ର ଦ୍ୱାରା ହିରୋସିମା ଏବଂ ନାଗାସାକି ଉପରେ ଆଣାଯାଇଥିବା ବିନାଶର କଦାପି ପୁନରାବୃତ୍ତି ହୋଇପାରିବ ନାହିଁ ବୋଲି କିଶିଦା କହିଛନ୍ତି।

Share