କିଶିଦା ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ, ୫ା୧୦: ଜାପାନ ପାର୍ଲାମେଣ୍ଟରେ ଫୁମିଓ କିଶିଦା ସୋମବାର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ବର୍ଷେ କ୍ଷମତାରେ ରହିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଇସ୍ତଫା ଦେଇଥିଲେ। ଏହା ପରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ୬୪ ବର୍ଷୀୟ କିଶିଦାଙ୍କୁ ଶାସକ ଦଳ ନେତା ନିର୍ବାଚିତ କରାଯାଇଥିଲା। ଉଭୟ ଗୃହରେ କିଶିଦାଙ୍କ ଦଳ ଏବଂ ସହଯୋଗୀଙ୍କ ସମର୍ଥନ ରହିଥିବାରୁ କିଶିଦା ସହଜରେ ବିରୋଧୀ ଦଳର ୟୁକିଓ ଏଦାନୋଙ୍କୁ ପରାସ୍ତ କରିଥିଲେ। ଶୁକ୍ରବାର ସେ ପାର୍ଲାମେଣ୍ଟରେ ବକ୍ତବ୍ୟ ରଖିବେ। ଆସନ୍ତା ୩୧ରେ ସେ ନିମ୍ନ ସଦନକୁ ଭାଙ୍ଗି ନୂଆ କରି ନିର୍ବାଚନ କରିବେ ବୋଲି ଜଣାପଡ଼ିଛି।

Share