Posted inଖେଳ

କିଶୋର, ଲାଜରୁସ୍‌ ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଓଡ଼ିଶାର ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ‘ଆଥଲେଟ୍‌ ଅଫ୍‌ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇବେ। ସେହିପରି ହକି ଅଲିମ୍ପିଆନ ଲାଜରୁସ ବାର୍ଲାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ାକୁ ଆଜୀବନ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମିଳିଥିବା ସୂଚନା ଅନୁସାରେ ନିକଟରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଅମିତ ରୋହିଦାସଙ୍କ କୋଚ୍‌ ବିଜୟ ଲାକ୍ରା ଶ୍ରେଷ୍ଠ କୋଚ୍‌ ବିଭାଗରେ ପୁରସ୍କାର ଲାଭ କରିବେ। ରାଉରକେଲାରେ କାର୍ଯ୍ୟରତ ଲାକ୍ରାଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିବା ଅମିତ ଇତିମଧ୍ୟରେ ୨ଥର ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗର୍ବିତ କରିଛନ୍ତି। ବାପି ହଁାସଦା ଶ୍ରେଷ୍ଠ ଆଥଲେଟ୍‌ (ଜୁନିୟର), ଜାଫର ଇକବାଲ (ପାରା ଆଥଲେଟ୍‌) ବର୍ଗରେ ପୁରସ୍କୃତ ହେବେ। ସେହିପରି ଶ୍ରେଷ୍ଠ କୋଚ୍‌ (ଟେକ୍ନିକାଲ) ପୁରସ୍କାର ପାଇବେ ରୂପାନ୍ବିତା ପଣ୍ଡା। ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଇମର୍ଜିଂ ପ୍ଲେୟର ପୁରସ୍କାର ଲାଭ କରିବେ। ଶ୍ରେଷ୍ଠ କ୍ରୀଡ଼ା ଖବରଦାତା ପୁରସ୍କାର ପାଇବେ ସୁକେଶ ବେହେରା। ସ୍ପୋଟର୍‌ସ ପ୍ରମୋଶନ ପାଇଁ ନାଲ୍‌କୋକୁ ପୁରସ୍କୃତ କରାଯିବ। ପ୍ରକାଶଯୋଗ୍ୟ ଯେ, ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପାଇଁ ଫଳକ ଓ ମାନପତ୍ର ସହ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ୨ ଲକ୍ଷ, ଶ୍ରେଷ୍ଠ କୋଚ୍‌, ଉଦୀୟମାନ ଆଥଲେଟ୍‌, ପାରା କ୍ରୀଡ଼ାବିତ୍‌, ଟେକ୍ନିକାଲ ଅଫିସିଆଲ, ଖବରଦାତା ଓ ସ୍ପୋଟର୍‌ସ ପ୍ରମୋଶନ ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ଏବଂ ଫଳକ ଓ ମାନପତ୍ର ପ୍ରଦାନ କରାଯିବ। କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ ୨୯ରେ ଏହି ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି

ସିଡନୀ,୨୫।୧୦: କ୍ରିକେଟ ଅଷ୍ଟ୍ରେଲିଆ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥିଲାଗି ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଏହି...

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri