Categories: ଖେଳ

ରୌପ୍ୟ ଜିତିଲେ କିଶୋର

ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ଓଡ଼ିଶାର କିଶୋର କୁମାର ଜେନା। ସୋମବାର ଅନୁଷ୍ଠିତ ଫାଇନାଲ ଇଭେଣ୍ଟରେ ସେ ୮୨.୮୭ ମିଟର ଥ୍ରୋ କରିବାରେ ସମର୍ଥ ହେବା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଉତ୍ତର ପ୍ରଦେଶର ରୋହିତ ଯାଦବ ୮୩.୨୮ ମିଟର ଦୂରତା ହାସଲ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ଡୋପିଂ ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଉତ୍ତର ପ୍ରଦେଶର ଶିବପାଲ ଯାଦବ ୮୧.୯୬ ମିଟରର ଥ୍ରୋ ସହିତ ତୃତୀୟ ସ୍ଥାନରେ ରହିଥିଲେ।

Share