ସ୍ବଚ୍ଛ ହୋଇପାରିନି କିଶୋରନଗର ବ୍ଲକ

ବଇଣ୍ଡା, ୨୩ା୭(ଡି.ଏନ.ଏ.)  କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଏଯାଏ ସ୍ବଚ୍ଛ ହୋଇପାରିନି ଅନୁଗୋଳ ଜିଲାର କିଶୋରନଗର ବ୍ଲକ। ମୋଟ୍‌ ୨୩ ପଞ୍ଚାୟତ ମଧ୍ୟରୁ କେତୋଟିରେ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଫଳରେ ସେଠାକାର ଲୋକେ ଏବେ ବି ଢାଳ ଧରି ଖୋଲା ସ୍ଥାନକୁ ଶୌଚ ହେବାକୁ ଯାଉଛନ୍ତି। ସେହିପରି ଅନେକ ଗରିବ ହିତାଧିକାରୀ ଏହି ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ବେଳେ ୪୦ ପ୍ରତିଶତ ପାଇଖାନା ବିଭିନ୍ନ କାରଣରୁ ବ୍ୟବହାରରେ ଲାଗୁ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, କିଶୋରନଗର ବ୍ଲକରେ ୨୫ ହଜାର ୯୫୯ ରାଶନ କାର୍ଡଧାରୀ ଅଛନ୍ତି। ତେବେ ସ୍ବଚ୍ଛ ଭାରତ ଯୋଜନାରେ ସାମିଲ ପାଇଁ ୨୨ ହଜାର ୮୯୨ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୧ ହଜାର ୬୨୭ ଆବେଦନକାରୀ ଉପକୃତ ହୋଇ ସାରିଛନ୍ତି। ୧୨୬୫ ଜଣଙ୍କ ପାଇଖାନା ନିର୍ମାଣ ଶେଷ ହୋଇପାରି ନାହିଁ। ୧୦୫ ଜଣ ହିତାଧିକାରୀଙ୍କ ପାଇଖାନା ଅର୍ଦ୍ଧନିର୍ମିତ ଥିବାବେଳେ ୩୦୫ ଲୋକଙ୍କ ବାଡ଼ିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତାଲିକାରେ ଆହୁରି ୮୫୫ ଲୋକଙ୍କ ନାମ ରହିଥିଲେ ମଧ୍ୟ ସେମାନଙ୍କ ପାଇଖାନା କାମ ଆରମ୍ଭ ହୋଇପାରିନାହିଁ। ଫଳରେ ବହୁ ସଂଖ୍ୟାରେ ଲୋକେ ପୂର୍ବପରି ଖୋଲା ସ୍ଥାନରେ ଶୌଚ ହେଉଛନ୍ତି। ୨୦୧୨ର ଏହି ଯୋଜନାକୁ ସଫଳ କରିବାର ଦାୟିତ୍ୱ ଜଳ ଓ ପରିମଳ ବିଭାଗକୁ ଦିଆଯାଇଥିଲା। ବିଭାଗ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ପାଇଖାନା ନିର୍ମାଣ ଦାୟିତ୍ୱ ଦିଆଯାଇଛି। କିନ୍ତୁ ବ୍ଲକର ଅନେକ ଗ୍ରାମରେ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି। କେତେକ ସ୍ଥାନରେ ପାଇଖାନା ଥିବାବେଳେ ଟାଙ୍କି ନିର୍ମାଣ ହୋଇନାହିଁ। କେଉଁଠି ମିଥ୍ୟା ବିଲ୍‌ କରି ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହେଉଛି। ଗାଁବଇଣ୍ଡା, ନୁନୁକାପଶି, ହଣ୍ଡପା, ଲୁହାମୁଣ୍ଡା, ଜାମ୍ବୁନାଳୀ, କଟରଙ୍ଗା, ଠେଲକନାଳୀ, ଅଙ୍ଗପଡା, ଉରୁକୁଳା, ହିମିତିରା ପଞ୍ଚାୟତରେ ପାଇଖାନା ନିର୍ମାଣ ଶେଷ ହୋଇପାରିନାହିଁ। ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ସରିବ ସେ ନେଇ ପଞ୍ଚାୟତଗୁଡ଼ିକର କନିଷ୍ଠ ଯନ୍ତ୍ରୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ନିର୍ଦ୍ଦେଶ ଦିଆଯିବ।

ଅନେକ ଗରିବ ବଞ୍ଚିତ
ଉରୁକୁଳା ପଞ୍ଚାୟତର ମାତ୍ର ୪୦ ପ୍ରତିଶତ ଲୋକ ପାଇଖାନା ସୁବିଧା ପାଇଛନ୍ତି। ନିମ୍ନମାନର ନିର୍ମାଣ ଯୋଗୁ ଅନେକ ଭାଙ୍ଗିରୁଜି ଗଲାଣି। ବହୁ ରାଶନକାର୍ଡଧାରୀ ଏବେ ବି ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଦରକାର।
– ବଂଶୀଧର ସେଠୀ, ଉରୁକୁଳା

ଖୋଲାସ୍ଥାନରେ ଶୌଚ ହେଉଛୁ
ପାଇଖାନାଟିଏ ପାଇଁ ବହୁ ବର୍ଷ ହେବ ଆବେଦନ ସତ୍ତ୍ୱେ ଏଯାଏ ନିର୍ମାଣ ହୋଇପାରି ନାହିଁ। ଏ ନେଇ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। କିନ୍ତୁ କିଛି ପଦକ୍ଷେପ ନିଆଯାଉ ନ ଥିବାରୁ ବାଧ୍ୟହୋଇ ଖୋଲାସ୍ଥାନରେ ଶୌଚ ହେବାକୁ ପଡ଼ୁଛି।
– ବିଜୟ ମହାପାତ୍ର, ମା’ ମଙ୍ଗଳା ସାହି

ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯିବ
ନୁନୁକାପଶି ପଞ୍ଚାୟତକୁ ସ୍ବଚ୍ଛ କରିବାକୁ ଆଉ ମାତ୍ର ୫୦ ପାଇଖାନା ନିର୍ମାଣ ହେବାର ଅଛି। ତେଣୁ ସେସବୁ ଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ଜଳ ଓ ପରିମଳ ବିଭାଗ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନିର୍ଦ୍ଦେଶ ଦିଆଯିବ।
– ଜଳଧର ସାହୁ, ସରପଞ୍ଚ, ନୁନୁକାପଶି

ତାଲିକାରେ ସାମିଲ କରାଯାଇନି
ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ପାଇଖାନା ମିଳୁଛି। ଏହା ଜାଣିବା ପରେ ଦୀର୍ଘବର୍ଷ ହେବ ଆବେଦନ କରିଛି। ହେଲେ ଏଯାଏ ଆମକୁ ସେହି ତାଲିକାରେ ସାମିଲ କରାଯାଉ ନାହିଁ। ପ୍ରଶାସନ ଆମପରି ଗରିବଙ୍କ କଥା ଆଗ ବୁଝୁ।
– ହରମୋହନ ସାହୁ, ତୁରୁଡ଼ା

ପୁରସ୍କୃତ ହୋଇଛି କଣ୍ଟେଇକୁଳିଆ
କଣ୍ଟେଇକୁଳିଆ ପଞ୍ଚାୟତରେ ପାଇଖାନା ନିର୍ମାଣ ଶେଷ ହୋଇଛି। ଏପରି କି ଶ୍ରେଷ୍ଠ ପଞ୍ଚାୟତ ଭାବେ ୨୦୧୫ରେ ଏହା ଜିଲାରେ ପୁରସ୍କାର ପାଇଛି। ପାଇଖାନାର ଉପଯୁକ୍ତ ବ୍ୟବହାର କରି ଗଁାକୁ ସ୍ବଚ୍ଛ ରଖିବାକୁ ଲୋକଙ୍କୁ ସଚେତନ କରାଯାଇଛି।
– ଅମାତ ସାହୁ, ପୂର୍ବତନ ସରପଞ୍ଚ, କଣ୍ଟେଇକୁଳିଆ


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri