ଏହି ଅଭିନେତ୍ରୀଙ୍କୁ କୁହାଯାଇଥିଲା ହିରୋଙ୍କ ସହ ଶୋଇବାକୁ , ଆଉ ତା’ ପରେ

ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ କିଛି ନୂଆ ନୁହେଁ। ବିଗତ ଦିନରେ ଅନେକ ନିର୍ମାତାଙ୍କ ଉପରେ ଅଭିନେତ୍ରୀମାନେ ଶୋଷଣ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀମାନେ ଖୋଲାଖୋଲି ଭାବେ କାଷ୍ଟିଂକାଉଚ ବିଷୟରେ କହି ସମସ୍ତଙ୍କ ସହିତ ସେମାନଙ୍କର ଖରାପ ଅନୁଭୂତି ବାଣ୍ଟୁଛନ୍ତି। ନିକଟରେ ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ ମଧ୍ୟ ତାଙ୍କର ସମାନ ଅନୁଭୂତି ଲୋକଙ୍କ ସହ ବାଣ୍ଟିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ହଁ ମୁଁ ମଧ୍ୟ ଏହାର ସାମ୍ନା କରିଛି। ଏବଂ ମୋତେ ଜଣେ ହିରୋଙ୍କ ସହିତ ଶୋଇବାକୁ କୁହାଯାଇଥିଲା। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ହିରୋ ଏବଂ ର୍ନିମାତାଙ୍କର ନାମ ବଡ଼ ଥିଲା। ସାକ୍ଷାତକାରରେ ସେ କହିଛନ୍ତି, ‘ଯେତେବେଳେ ମୁଁ ଏକ ମିଟିଂ ପାଇଁ ଯାଇଥିଲି ସେତେବେଳେ ଏହା ମୋ ସହିତ ଘଟିଥିଲା କିନ୍ତୁ ଏହା କେବଳ ଥରେ ଘଟିଥିଲା। ମୋ ମା’ ମୋ ସହିତ ଥିଲେ। ମୋତେ କୁହାଯାଇଥିଲା ଯେ ମୋତେ ହିରୋଙ୍କ ସହିତ ଶୋଇବାକୁ ହେବ। ଭଦ୍ର ଭାବରେ ଅଫରକୁ ପ୍ରତ୍ୟାଖ୍ୟାନ କରି ଚାଲିଯାଇଥିବା ସେ କହିଛନ୍ତି।

Share