୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି। ଅଗଷ୍ଟରେ ସେମାନଙ୍କର ପ୍ରଥମ ପିଲା ହେବାକୁ ଯାଉଥିବା ସେ କହିବା ପରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

ଜାନୁୟାରୀ ୧୭ରେ ମା’ ହେବାକୁ ଯାଉଥିବା ନେଇ କିଶ୍ୱର ଜାଣିବାକୁ ପାଇଥିଲେ। ସେତେବେଳେ ପିଲା ୨ ମାସର ହୋଇଥିଲା। ଆଶା କରି ନ ଥିଲେ ହେଁ ହଠାତ ଆଶୀର୍ବାଦ ପରି ମନେ ହୋଇଥିଲା।

ସେହିଭଳି ସୂୟଶ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ପରେ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବି ନୂଆ ଜୀବନକୁ ଆଣିବାକୁ ନେଇ ଉତ୍ସାହିତ ହୋଇପଡ଼ିଥିଲେ।

ଏବେ କିଶ୍ୱରଙ୍କୁ ୪୦ ବର୍ଷ ହୋଇଥିବା ବେଳେ ସେ ପ୍ରାକୃତିକ ଉପାୟରେ ମା’ ହୋଇଛନ୍ତି। ଏଣୁ ଯେକୌଣସି ମହିଳା ୩୫,୩୬,୩୭ ବର୍ଷରେ ବିବାହ କରି ମା’ ହୋଇପାରିବେ ବୋଲି ସେ କହିଛନ୍ତି।

Share